April 25, 2025

ସ୍ୱାଧୀନତା ର ଦୀର୍ଘ ବର୍ଷ ପରେ ମଧ୍ୟ ଗାଁ କୁ ରାସ୍ତା ନହିଁ..

Share

 

ଲାଞ୍ଜିଗଡ଼(ପୁରନ୍ଦର ଦଣ୍ଡସେନା)ଏଭଳି ଏକ ଗାଁ ଦେଖିବାକୁ ମିଳିଛି ଲାଞ୍ଜିଗଡ଼ ବ୍ଲକ ବିଜେପୁର ପଞ୍ଚାୟତ ପୋଇଗୁଡ଼ା ଗ୍ରାମ ନିକଟରେ। ଗ୍ରାମ ର ନାମ ଶଗଡ଼ଗୁଡା।ସେହି ଗ୍ରାମରେ ପ୍ରାୟ ୫ ଟି ପରିବାର ବସବାସ କରୁଛନ୍ତି। ଯେଉଁଠିକୁ ଯିବାପାଇଁ ରାସ୍ତା ନହିଁ। ଆଲୋକ ଓ ପାନୀୟ ଜଳର ସୁବିଧା ମଧ୍ଯ ନହିଁ।ସମସ୍ତ ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି ଗ୍ରାମବାସୀ। ସ୍ବାସ୍ଥ୍ୟ ସମସ୍ୟା ହେଲେ ନଦୀ ପାର ହୋଇ ଅନେକ ବାଟ ଚାଲି ଚାଲି ଯିବାକୁ ପଡୁଛି।ପାଠ ପଢିବା ପାଇଁ ଛାତ୍ର ଛାତ୍ରୀ ଦୁର୍ଗମ ପଥ ଅତିକ୍ରମ କରି ବହୁ ଦୂରକୁ ଯାଉଛନ୍ତି।ବର୍ଷା ଦିନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ଗ୍ରାମବାସୀ।ଏହିସବୁ ସମସ୍ୟାର ସମାଧାନ ପାଇଁ ସରକାରଙ୍କୁ ଉପାନ୍ତ ଖବର ମାଧ୍ୟମରେ ଅନୁରୋଧ କରିଛନ୍ତି ଗ୍ରାମବାସୀ। ରାଜ୍ୟ ଏବଂ କେନ୍ଦ୍ର ସରକାର ଦୁର୍ଗମ ଅଞ୍ଚଳରେ ବାସ କରୁଥିବା ଲୋକଙ୍କ ଉନ୍ନତି ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ସ୍ବାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ସାଧାରଣ ମୌଳିକ ସୁବିଧା ଲୋକଙ୍କ ପାଖରେ ପହଞ୍ଚେଇବାର ଚେଷ୍ଟା କରୁନାହାନ୍ତି ସ୍ଥାନୀୟ ସରକାରୀ ଅଧିକାରୀ ମାନେ ତେଣୁ ଲୋକଙ୍କ ଯାତାୟାତ ପାଇଁ ଗୋଟିଏ ରାସ୍ତା ତିଆରି କରି ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି ସ୍ଥାନୀୟ ଶଗଡ଼ଗୁଡା ଗ୍ରାମ ବାସୀ।

 

*ଲାଞ୍ଜିଗଡ଼ ରୁ ପୁରନ୍ଦର ଦଣ୍ଡସେନା ଙ୍କ ରିପୋର୍ଟ ନିଉଜ ଉପାନ୍ତ ଖବର*