ହିନ୍ଦୁମାନଙ୍କ ସୁରକ୍ଷା ପାଇଁ ରାଜ୍ୟପାଳଙ୍କୁ ଦାବି ପତ୍ର
ସମ୍ବଲପୁରରେ ଗତ ବିଷୁବ ସଂକ୍ରାନ୍ତିରେ ହିନ୍ଦୁ ଶୋଭାଯାତ୍ରାରେ ଅନ୍ୟ ଧର୍ମାବଲମ୍ବୀଙ୍କ ଆକ୍ରମଣକୁ ଅନେକ ଦିନ ବିତି ଯାଇଥିବା ସତ୍ବେ ହିନ୍ଦୁ ସମାଜକୁ ନ୍ୟାୟ ମିଳିନାହିଁ। ଗତ କିଛି ଦିନ ତଳେ ହିନ୍ଦୁ ମହାସଂଘ, ବଜରଙ୍ଗ ଦଳ ଏବଂ ଅନ୍ୟାନ୍ୟ ସଂଗଠନ ଗୁଡ଼ିକ ଆନ୍ଦୋଳନ, ଧାରଣା, ଚକ ଅଖ ବନ୍ଦ କରିଥିଲେ। ସୋମବାର ମଧ୍ୟାହ୍ନ ସମୟରେ କୁକୁଡ଼ାଖଣ୍ତି ବ୍ଲକ ପରିସରରେ ହିନ୍ଦୁ ମାନଙ୍କର ଉପରେ ଜିହଦୀ ମାନେ ପଥର ଏବଂ ଧାରୁଆ ଅସ୍ତ୍ରରେ ଯେଉଁ ଭଳି ଭାବରେ ଆକ୍ରମଣ କରିଥିଲେ ସେହି ଜିହାଦି ଆକ୍ରମଣ କାରି ମାନଙ୍କୁ ଧରି ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉ ଏବଂ ଆମର ହିନ୍ଦୁ ଭାଇ ମାନଙ୍କୁ ଯେପରି ମିଛ କେସରେ ଫସାଇ ଦିଆଯାଇଛି ତାଙ୍କୁ ଶୀଘ୍ର ନିର୍ଦ୍ଦୋଷରେ ଛାଡି ଦିଆଯାଉ । ରାଜ୍ୟ ସରକାରଙ୍କ ଦୁର୍ବଳ ରଣନୀତି ଯୋଗୁଁ ଏହି ଜେହାଦୀ ମାନେ ଓଡ଼ିଶାର ବିଭିନ୍ନ ଜାଗାରେ ହିନ୍ଦୁ ମାନଙ୍କୁ ଆକ୍ରମଣ କରୁଛନ୍ତି ,ଏହି ଘଟଣାର ପ୍ରତିବାଦରେ ରାଜ୍ୟପାଳଙ୍କୁ କୁକୁଡ଼ାଖଣ୍ଡି ବିଡ଼ିଓ ଅନୁପସ୍ଥିତ ଯୋଗୁଁ ବ୍ଲକର ବଡ଼ବାବୁ ସାହେବ ଶବରଙ୍କ ଜରିଆରେ ହିନ୍ଦୁ ସମାଜ ତରଫରୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଗୌତମ ମହାରଣା, ଏନ୍. ଦିବାକର, ଏଲ୍. ମୋହନ ଦାଶ, ଚଣ୍ଡୀ ଚରଣ ସାହୁ, ସନ୍ତୋଷ ସାହୁ, ବଦ୍ରିନାଥ ସାବତ, ବାବୁଲା ସାହୁ, ଦନାର୍ଡନ ବିଷୋୟୀ, ସୁଶାନ୍ତ ସାହୁ, ଅଦଲ. ନନ୍ଦ କିଶୋର, ରାଜେନ୍ଦ୍ର ଦଳ ବେହେରା, ରାକେଶ ପାତ୍ର, ଦୀପକ ମହାପାତ୍ର, କୋଟି. ଲକ୍ଷ୍ମୀ ନାରାୟଣ , ଅଜୟ ସାହୁ ,ସୁଦାମ ଜେନା, ଲଳିତ ବିଷୋୟୀ, ପୁରୁଷୋତ୍ତମ ସେଠୀ, ବାବୁଲା ପାତ୍ର , ଚନ୍ଦନ ମହାରଣା, ଅନିଲ କୁମାର ଗୌରୀ, ଶଙ୍କର ରାଓ , ସତିଶ ସାହୁ, ରଞ୍ଜିତ କୁମାର,ଓ ବହୁ ହିନ୍ଦୁ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ । କୁକୁଡ଼ାଖଣ୍ତି ରୁ ପି.କୃଷ୍ଣମୂର୍ତ୍ତିଙ୍କ ରିପୋର୍ଟ