ଆଜିର ଖବର
*ଖବର ଆଜିର*
ତାରିଖ ୨୫/୦୪/୨୦୨୩ ମଙ୍ଗଳବାର ।
IPL 2023: ରୋମାଞ୍ଚକର ମ୍ୟାଚ୍ରେ ବାଜି ମାରିଲା ଦିଲ୍ଲୀ କ୍ୟାପିଟାଲ୍ସ, ହିରୋ ସାଜିଲେ ଅକ୍ଷର ପଟେଲ୍ ।
ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ, ମୋଟ ୧୫ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ମଞ୍ଜୁରୀ ।
ବିଜୁଳି କାଟ୍ ଯୋଗୁଁ ଲୋକେ ହନ୍ତସନ୍ତ । ମନ୍ତ୍ରୀ କହିଲେ ପାୱାର କଟ୍ ନୁହେଁ, ଓଭରଲୋଡିଂ ଯୋଗୁଁ ହେଉଛି ପାୱାର ଟ୍ରିପ୍ ।
ଦୁଇଗୁଣା ବେଗରେ ବଢୁଛି ସମୁଦ୍ରର ଜଳସ୍ତର । ସତର୍କ ସୂଚନା ଦେଲା ସଂଯୁକ୍ତ ରାଷ୍ଟ୍ର । ଜଳମଗ୍ନ ହେବ ଅଧିକାଂଶ ଦ୍ୱୀପ ।
ମୁଁ ପ୍ରଧାନମନ୍ତ୍ରୀ ହେବାକୁ ଚାହେ ନାହିଁ, ବିରୋଧୀ ଏକାଠି ହେଲେ ନେତା ବାଛିବା : ନୀତୀଶ କୁମାର ।
ଦିଲ୍ଲୀ ପରିବହନ ବିଭାଗର ବଡ଼ କାର୍ଯ୍ୟାନୁଷ୍ଠାନ, ୫୪ ଲକ୍ଷରୁ ଅଧିକ ପୁରୁଣା ଗାଡ଼ିର ରଦ୍ଦ ହେଲା ପଞ୍ଜିକରଣ ।
ପାରମ୍ପରିକ କେରଳୀ ପୋଷାକ ପରିଧାନ କରି କେରଳରେ ପ୍ରଧାନମନ୍ତ୍ରୀଙ୍କ ବଡ଼ ପ୍ରଚାର, କଲେ ବିଶାଳ ରୋଡ୍ ସୋ’ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲ ୨୫ରେ କେରଳର କୋଚିରେ ଦେଶର ପ୍ରଥମ ଓ୍ଵାଟର ମେଟ୍ରୋର ଉଦଘାଟନ କରିବେ।
ଭାରତୀୟ ହକି ଦଳର ଆଉ ୧୦ ବର୍ଷ ପ୍ରାୟୋଜକ ହେବ ଓଡ଼ିଶା, ୨୦୩୩ ପର୍ଯ୍ୟନ୍ତ ପ୍ରାୟୋଜକ ହେବାକୁ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ।
ବିଚାରଧୀନ ମାମଲା ଉପରେ ସାକ୍ଷାତକାର ଦେବାର ଅଧିକାର ନାହିଁ, କଡ଼ା ଆପତ୍ତି ଉଠାଇଲେ ସୁପ୍ରିମକୋର୍ଟ ।
ସରିଲା ପ୍ରାର୍ଥୀପତ୍ର ପ୍ରତ୍ୟାହାର: ଝାରସୁଗୁଡ଼ା ଉପନିର୍ବାଚନରେ ଲଢ଼ିବେ ୯ ପ୍ରାର୍ଥୀ ।
ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ ପ୍ରଶ୍ନପତ୍ର ବିଭ୍ରାଟ: ରବିବାର ପରୀକ୍ଷା, ସୋମବାର ବାତିଲ ।
ଅର୍ଚ୍ଚନା ନାଗଙ୍କ ହନିଟ୍ରାପ୍ ମାମଲା: ତାରିଖ ପରେ ତାରିଖ ଗଡ଼ୁଛି, କୋର୍ଟରେ ହାଜର ହେଉନାହାନ୍ତି ଶ୍ରଦ୍ଧାଞ୍ଜଳି ।
କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ସବ୍-ଇନ୍ସପେକ୍ଟର ନିଯୁକ୍ତି ନେଇ ଆସିବ ନୂଆ ଅଧିନିୟମ ।
ଭାରତୀୟମାନେ ଆଇଫୋନ ପାଇଁ ଆଉ ଆମେ ମାଗଣା ରାସନ ପାଇଁ ଲାଇନ ଲଗାଉଛୁ; ପାକିସ୍ତାନୀଙ୍କ ପ୍ରତିକ୍ରିୟା ।
ରାଜା ଖାନ୍ ଓ ଗୁଡ୍ଡୁ ମୁସଲିମର ସମ୍ବଲପୁର ଦଙ୍ଗା ସହ କଣ ସମ୍ପର୍କ ରହିଛି, ପୋଲିସ ଡିଜି ଚୁପ୍ କାହିଁକି ?: ସୁରେଶ ପୂଜାରୀ ।
ବିନା ସର୍ତ୍ତରେ ସୁପ୍ରିମକୋର୍ଟଙ୍କୁ କ୍ଷମା ମାଗିଲେ ଲଳିତ ମୋଦୀ, ବନ୍ଦ ହେଲା ଅଦାଲତ ଅବମାନନା ମାମଲାରେ କାର୍ଯ୍ୟାନୁଷ୍ଠାନ ।
ସେନସେକ୍ସ ପୁଣି ୬୦,୦୦୦ ପାର୍, ଗୋଟିଏ ଦିନରେ ନିବେଶକଙ୍କ ଲାଭ ୧.୩୮ ଲକ୍ଷ କୋଟି ଟଙ୍କା ।
ନରୋଦା ଗାମ ଦଙ୍ଗା: ଦୋଷୀଙ୍କୁ ଦୋଷମୁକ୍ତ କରିବା ଘଟଣାକୁ ଚ୍ୟାଲେଞ୍ଜ କରିବ ସୁପ୍ରିମ୍କୋର୍ଟଙ୍କ ନେତୃତ୍ୱାଧୀନ ଏସଆଇଟି ।
ସୁଦାନରେ ଫସିଥିବା ଭାରତୀୟଙ୍କୁ ଆଣିବା ପାଇଁ ଆରମ୍ଭ ହେଲା ‘ଅପରେସନ୍ କାବେରୀ’ ।
ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ସହିଦ ଖାକାନ ଅବ୍ବାସି ବର୍ତ୍ତମାନର ପ୍ରଧାନମନ୍ତ୍ରୀ ଶାହାବାଜ ସରିଫଙ୍କୁ ଟାର୍ଗେଟ୍ କରିଛନ୍ତି। ଅବ୍ବାସି କହିଛନ୍ତି ଯେ ପାକିସ୍ତାନର ଆର୍ଥିକ ଏବଂ ରାଜନୈତିକ ଅସ୍ଥିରତା ଏତେ ଭୟଙ୍କର ଯେ ଏହା ସାମରିକ ବିଦ୍ରୋହ ପାଇଁ ବଳ ଯୋଗାଉଛି।
ବିଜେପିକୁ ହିରୋରୁ ଜିରୋ କରିବାକୁ ପଡିବ, ନୀତିଶ କୁମାରଙ୍କୁ ଭେଟିବା ପରେ ମମତା ଦେଲେ ବଡ ବୟାନ ।
ଜି-୨୦ “ଭବିଷ୍ୟତର କାର୍ଯ୍ୟଶୈଳୀ ଓ ଦକ୍ଷତା”ପ୍ରଦର୍ଶନୀରେ ସୋଆ ଛାତ୍ରଛାତ୍ରୀଙ୍କ ଷ୍ଟାର୍ଟଅପ୍ ପ୍ରଦର୍ଶିତ ।
ଟାଟା ସନ୍ସର ସେବାନିବୃତ୍ତ ଅଧ୍ୟକ୍ଷ ରତନ ଟାଟାଙ୍କୁ ଅଷ୍ଟ୍ରେଲିଆର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଅର୍ଡର ଅଫ୍ ଅଷ୍ଟ୍ରେଲିଆ’ ପ୍ରଦାନ କରାଯାଇଛି।
ତାରେକ ଫତହଙ୍କ ଚର୍ଚ୍ଚିତ ବୟାନ: ‘ପାକିସ୍ତାନ ଦିନେ ଭାଙ୍ଗିବ, ହିନ୍ଦୁସ୍ତାନ ଇତିହାସ ସହ ଜଡ଼ିତ ପ୍ରତିଟି ବ୍ୟକ୍ତି ହିନ୍ଦୁ’ ।
ପୁଣି ରାଜ୍ୟକୁ ଫେରିଲା ମାସ୍କ; ସ୍ୱାସ୍ଥ୍ୟସେବା ପ୍ରଦାନକାରୀଙ୍କ ପାଇଁ ବାଧ୍ୟତାମୂଳକ ।
ଓଡ଼ିଶା ପ୍ରଦେଶ କଂଗ୍ରେସର ନୂଆ ଟିମ୍ ଘୋଷଣା: ଉପସଭାପତି, ସାଧାରଣ ସମ୍ପାଦକ, କୋଷାଧ୍ୟକ୍ଷ, ମିଡ଼ିଆ ସଦସ୍ୟଙ୍କୁ ଦାୟିତ୍ୱ
ସୁପ୍ରଭାତ ,ଶୁଭ ସକାଳ ।