ବାଇକ ରେ ଆସିଲେ ଖଣ୍ଡା ରେ ହାଣି ଚାଲିଗଲେ..

ରେମୁଣା ( ଦେବାଶିଷ ଦାଶ )
ବାଲେଶ୍ବର ଜିଲ୍ଲା ରେମୁଣା ଥାନା ଅଧୀନ ସାହାଜିପାଟଣା, ତଠlରସlହି ଛକ ରେ ଗତ କାଲି ରାତି ପ୍ରାୟ ୮ ଟା ସମୟରେ କିଛି ଦୃବୁତ ମୋଟର ସାଇକେଲ ରେ ଆସି ସାହାଜିପାଟଣା ନିବାସୀ ସୁଦାମ ସାହୁ ବୟସ 35 କୁ ଖଣ୍ଡା ରେ ହାଣି ଫେରାର ହୋଇଯାଛନ୍ତି,
ଏଥିରେ ଆହତ ସୁଦାମ ର ଦୁଇଟି ଯାକ ହାତରେ ଗଭୀର କ୍ଷତ ସହ ପ୍ରବଳ ରକ୍ତସ୍ରାବ ହୋଇଯାଇଛି ଆହତ କୁ ପ୍ରଥମେ ରେମୁଣା ପରେ ବାଲେଶ୍ୱର ମେଡିକାଲ ଏବଂ ତା ପରେ ଅବସ୍ଥା ଶଙ୍କଟlପନ ଥିବାରୁ କଟକ ବଡ଼ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଛି, ରେମୁଣା ଥାନା ର ତଦନ୍ତ ଜାରି, କିଏ ଓ କଣ ପାଇଁ ଏଭଳି ଅପରାଧ କଲା ସାଧାରଣ ରେ ପ୍ରଶ୍ନ ହେଉଛି, ଏଥିରେ ଗ୍ରାମବାସୀ ମାନେ ଦୁଃଖ ପ୍ରକାଶ କରିବା ସହ ସାହି ରେ ଆତଙ୍କ ର ବାତାବରଣ
ଖେଳିଯାଇଛି l