ମତ୍ସଜୀବୀ ମାନଙ୍କୁ ସାମୁଦ୍ରିକଜୀବ ମାନଙ୍କ ସୁରକ୍ଷା ପାଇଁ ସଚେତନ ର ବାର୍ତା ଦେଲେ ଗବେଷକ

ଛତ୍ରପୁର -୨୫/୩/୨୫(ଅରୁଣ କୁମାର ପଣ୍ଡା )ଛତ୍ରପୁର ବ୍ଲକ ଅନ୍ତର୍ଗତ ସାନ ଆର୍ଜିପଲ୍ଲୀ ଗ୍ରାମେରେ ମସ୍ଚ୍ୟ ଜିବି ମାନଙ୍କୁ ନେଇ ଏକ ସଚେତନ କାର୍ଯ୍ୟକ୍ରମ ହୋଇଯାଇଛି ଏଥିରେ ଆଞ୍ଚଳିକ ବନ ସଂରକ୍ଷଣ ଅଧିକାରୀ ଶ୍ରୀମତୀ ମାଣିକେଶ୍ବରୀ ହାଁସଦା ଙ୍କ ସଭାପତିତ୍ୱ ରେ ସଭା କାର୍ଯ୍ୟ ପରିଚାଳନା ହୋଇଥିଲା ଏଥିରେ ଆର୍ଜିପଲ୍ଲୀ ସରପଞ୍ଚ ତ୍ରିଲୋଚନ ବେହେରା, ସମିତସଭ୍ୟ, ବନ ସୁରକ୍ଷା ସମିତି ର କେ. ଗୁମାଳୀ, ମଶ୍ଚଯିବି ମାନଙ୍କ ସଭାପତି ଭୀମା, ଗବେଷକ ଡ଼ଃ ଦେବାଶିଷ ମହାପାତ୍ରଓ ସନ୍ଦୀପ ମହାପାତ୍ର ପ୍ରମୁଖ ମଂଚାସୀନ ଥିଲେ ଗବେଷକ ମାନେ କିଭିଳି ଭାବରେ ସୁରକ୍ଷିତ ମାଛ ଧରିବା ସହ ସାମୁଦ୍ରିକ ଜୀବ ତଥା ଡ଼ଲଫିନ, ଓଲିଭ ରିଡିଲେ କଇଁଛ ଅନ୍ୟନ୍ୟ ବିଲୁପ୍ତ ସାମୁଦ୍ରିକ ପ୍ରାଣୀ ଙ୍କୁ ସୁରକ୍ଷା ଦିଆଯିବ ତା ଉପରେ ପ୍ରଶିକ୍ଷଣ ଦେଇଥିଲେ ଏଥିରେ ଛତ୍ରପୁର ବନପାଳ ଶ୍ରୀ ଗିରିଶ ଚନ୍ଦ୍ର ରାୟ, ବନରକ୍ଷୀ ମାଧବ ବେହେରା ପ୍ରମୁଖ ଉପସ୍ଥିତ ରହି ସଭା ପରିଚାଳନା କରିଥିଲେ ଶେଷରେ ଧନ୍ୟବାଦ ଦେଇ ସଭା କାର୍ଯ୍ୟ ସମ୍ପାଦନ ହୋଇଥିଲା