ତାରା ତାରିଣୀ ଙ୍କ ଚୈତ୍ର ମଙ୍ଗଳବାର ଦ୍ୱତୀୟ ପାଳିରେ ନିଆରା ସ୍ମୃତି ସାଉଁଟିଲେ ସ୍ବେଚ୍ଛାସେବୀ

ଛତ୍ରପୁର -୨୫/୩/୨୫(ଅରୁଣ କୁମାର ପଣ୍ଡା )ଆଜି ମା’ ତାରାତାରିଣୀଙ୍କର ଚଇତି ଯାତ୍ରାର ଦ୍ଵିତୀୟ ପାଳିରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା। ଏହି ଯାତ୍ରା କିପରି ସୁରୁଖୁରୁରେ ହେବ ସେ ନେଇ ଚିନ୍ତା କରି ସହଯୋଗର ହାଥ ବଢାଇଥିଲେ ବିଶିଷ୍ଟ ସମାଜସେବୀ ନୀଳମଣି ମିଶ୍ରଙ୍କ ନେତୃତ୍ୱାଧୀନ ଭୁବନେଶ୍ୱର ସ୍ଥିତ ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ସେବା ପ୍ରତିନିଧିର ସଦସ୍ୟମାନେ। ତାଙ୍କୁ ଏଥିରେ ସହାୟତା ଯୋଗାଇ ଦେଇଥିଲେ ଛତ୍ରପୁର ଏସଡ଼ିଜେଏମ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ରଙ୍କ ନେତୃତ୍ୱାଧୀନ ଛତ୍ରପୁରର ୬୦ଜଣିଆ ସ୍ବେଚ୍ଛାସେବୀ । ଏହି କ୍ରମରେ ପୂର୍ବରୁ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ ସମସ୍ତ ସ୍ବେଚ୍ଛାସେବୀ ଭୋର ୪ଟା ସମୟରେ ମା’ଙ୍କ ପୀଠରେ ପହଞ୍ଚି ଭକ୍ତଙ୍କୁ ଧାଡିରେ ଛିଡା କରାଇବା ସହିତ ଶୃଙ୍ଖଳିତ ଦର୍ଶନ କରାଇବାରେ ପ୍ରଶାସନକୁ ଯଥାସମ୍ଭବ ସହାୟତା କରିଥିଲେ।
ପରେ ପ୍ରବଳ ଖରା ସମୟରେ ସେବା ପ୍ରତିନିଧିର ସଦସ୍ୟା ଦୀପା ମହାରଣା, ଲସିତ ବେହେରା ଓ ନାରାୟଣ ସାହୁଙ୍କ ସହାୟତାରେ ଶ୍ରଦ୍ଧାଳୁଙ୍କୁ ଜୁସ ଓ ଛୋଟ ପିଲାଙ୍କୁ ଚକୋଲେଟ ବାଣ୍ଟିଥିଲେ ତଥା ଅଯୋଧ୍ୟା ପରିଡା, ଦିନେଶ ମହାନ୍ତି, ସଞ୍ଜୟ ଦାସ ଶ୍ରଦ୍ଧାଳୁଙ୍କୁ ପାଣି ଛିଞ୍ଚନ କରି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ସେହିପରି ଗହଳି ସମୟରେ ଶିବ ପ୍ରସାଦ ବେହେରା ଓ ଏସ ରାମକୃଷ୍ଣ ରେଡ୍ଡୀ ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କ ପାଇଁ ସୁଚାରୁ ଦର୍ଶନ ବ୍ୟବସ୍ଥା କରିଥିଲେ। ସୂଚନାଯୋଗ୍ୟ, ଭିଡ଼ ମଧ୍ୟରେ ଏକ କୁନି ପିଲାଟି ହଜିଯାଇଥଲା। କିନ୍ତୁ ଟୁଟୁ ନାୟକ ଓ ଏନ. ପାପା ରାଓଙ୍କ ସହାୟତା ଏହି ପିଲାକୁ ତା’ର ପରିବାର ମିଳିଥିଲା। ଆଜିର ଏହି ସେବା କାର୍ଯ୍ୟରେ ଅନ୍ୟମାନଙ୍କ ମଧ୍ୟରେ ମନୋରଞ୍ଜନ ବେହେରା, ଦୁର୍ଗା ପ୍ରସାଦ ପରିଡା, ଶ୍ରୀତମ ପଟ୍ଟନାୟକ, ମନୋଜ ମିଶ୍ର ଓ କୁଞ୍ଜ ବିହାରୀ ନାୟକ ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକୁ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ତଦାରଖ କରୁଥିଲେ।