ଝଙ୍କଡ଼ ସାରଳା ଙ୍କ ପୀଠରେ ” ଆମ ପାଞ୍ଜି ” ର ଶୁଭ ଲୋକାର୍ପଣ…
ତିର୍ତ୍ତୋଲ :- ଆମ ରାଜ୍ୟର ବିଶିଷ୍ଟ ଜ୍ୟୋତିର୍ବିଦ ପଣ୍ଡିତ ମାନଙ୍କ ଗଣନା ସିଦ୍ଧ ଓ ନିର୍ଭୁଲ ବୋଲି ପ୍ରତିପାଦିତ ହୋଇଥିବା ବେଳେ,ଆମ ଓଡ଼ିଶା ପକ୍ଷରୁ ବହୁବର୍ଷ ଧରି ପ୍ରଚଳିତ ହୋଇଆସୁଥିବା “ଆମ ପାଞ୍ଜି” ର ଲୋକାର୍ପଣ ଉତ୍ସବ, ବାଣୀ କ୍ଷେତ୍ର ଝଙ୍କଡ଼ ଶାରଳା ପୀଠରେ, ଅନୁଷ୍ଠିତ ହୋଇ ଯାଇଛି। ମା ଶାରଳା ଠାକୁରାଣୀଙ୍କ ପୂଜାପଣ୍ଡା ଦେବେନ୍ଦ୍ର ପଣ୍ଡା ଏହି “ଆମ ପାଞ୍ଜି ୨୦୨୪-୨୦୨୫ “କୁ ମାଆଙ୍କ ପାଦପଦ୍ମ ସ୍ପର୍ଶ କରାଇ, ପୂଜାର୍ଚ୍ଚନା କରିବା ପରେ, ବେଢ଼ା ପରିକ୍ରମା କରାଯାଇଥିଲା । ଅତି ସରଳ ସାବଲୀଳ ଭାଷାରେ ପ୍ରକାଶିତ ଏହି” ଆମପାଞ୍ଜି “ରେ ସାରା ବର୍ଷର ଯାନିଯାତ୍ରା, ପର୍ବପର୍ବାଣୀ , ଚନ୍ଦ୍ର, ନକ୍ଷତ୍ର, ଗ୍ରହଚଳନ, ରାଶିଫଳ ଓ ଛୁଟିଦିନ ତାଲିକା ଆଦି ବିଷୟରେ ତଥ୍ୟଭିତ୍ତିକ ବିବରଣୀ ପ୍ରଦାନ କରାଯାଇ ଥିବାରୁ ଏହା ରାଜ୍ୟ ତଥା ଜାତୀୟ ସ୍ତରରେ ଉଚ୍ଚ ପ୍ରଶଂସିତ ଓ ପାଠକୀୟ ଶ୍ରଦ୍ଧା ସ୍ଵୀକୃତି ଲାଭ କରି ଆସିଛି। ତବେ ଏହି ” ଆମପାଞ୍ଜି”ର ଲୋକାର୍ପଣ ଉତ୍ସବ ରେ ଶାରଳା ମନ୍ଦିରର ବିଶିଷ୍ଠ ସେବାୟତ ଲକ୍ଷ୍ମୀଧର ମହାପାତ୍ର , ଯୁବସମାଜସେବୀ ନୃସିଂହ ଚରଣ ରାଉଳ , ପ୍ରସାରଣ ବିଭାଗର ଅଧିକାରୀ ବିଶ୍ଵନାଥ ହରିଚନ୍ଦନ, ଜଗତସିଂହପୁର ଜିଲ୍ଲା ପ୍ରତିନିଧି ଶୁଭକାନ୍ତ ପଢ଼ିଆରୀ ଓ ଝଙ୍କଡ଼ ପ୍ରତିନିଧି ରମାକାନ୍ତ ରାଉଳ ପ୍ରମୁଖ ପ୍ରମୁଖ ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା।
ଜଗତସିଂହପୁର ରୁ ଶରତ କୁମାର ଦାଶଙ୍କ ରିପୋର୍ଟ ନ୍ୟୂଜ ଉପାନ୍ତ ଖବର !