March 10, 2026

ଉମରକୋଟ ବାର ଆସୋସିଏସନ ର ନିର୍ବାଚନ ଫଳାଫଳ ———-

d8275d3c-4aa5-41d8-bd86-36d2b8ea4de7
Share


( ଉମରକୋଟ ରୁ ଏମ୍ ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)
ଆଜି ନବରଙ୍ଗପୁର ଜିଲ୍ଲା ଉମରକୋଟ ବାର ଆସୋସିଏସନ ରେ ନିର୍ବାଚନ ହୋଇଯାଇଛି. ନିର୍ବାଚନରେ ସଭାପତି ଓ ସମ୍ପାଦକ ପଦ ପାଇଁ 2ଜଣ ଲେଖାଏଁ ପ୍ରତିଦ୍ବନ୍ଦୀ ନାମାଙ୍କନ ପତ୍ର ଦାଖଲ କରିଥିଲେ.
ସଭାପତି ପଦ ପାଇଁ ପ୍ରଶାନ୍ତ କୁମାର ସାହୁ ଓ ବିପିନ ହିଆଲ, ସମ୍ପାଦକ ପଦ ପାଇଁ ରାମକୃଷ୍ଣ ନାୟକ ଓ ଶାନ୍ତନୁ ବାହିନୀପତି ପ୍ରତିଦ୍ବନ୍ଦୀତା କରିଥିଲେ. ଉପସଭାପତି ଭାବେ ଯୋଗେନ୍ଦ୍ର ମାଝୀ, ସହସମ୍ପାଦକ ନିବେଦିତା ହାଲଦାର ଓ କୋଷାଧକ୍ଷ ଜିତେନ୍ଦ୍ର ମହାନ୍ତି ନାମାଙ୍କନପତ୍ର ଦାଖଲ କରି ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି.
ସଭାପତି ପ୍ରଶାନ୍ତ କୁମାର ସାହୁ ତାଙ୍କ ପ୍ରତିଦ୍ବନ୍ଦୀ ବିପିନ ହିଆଲ ଙ୍କ ଠାରୁ ବିଜୟୀ ହୋଇଥିବାବେଳେ ସମ୍ପାଦକ ଶାନ୍ତନୁ ବାହିନୀପତି ତାଙ୍କ ପ୍ରତିଦ୍ବନ୍ଦୀ ରାମ ନାୟକଙ୍କ ଠାରୁ ବିଜୟୀ ହୋଇଛନ୍ତି.
ଏହି ନିର୍ବାଚନରେ ଉମରକୋଟ ସମେତ ରାଇଘର ଓ ଡାବୁଗାଁ ର ସମସ୍ତ ଓକିଲ ମତଦାନ କରିଥିଲେ.
ସମ୍ପୂର୍ଣ ଶାନ୍ତି ଶୃଙ୍ଖଳା ସହ ନିର୍ବାଚନ ସମ୍ପୂର୍ଣ ହୋଇଥିବାବେଳେ ନୂତନ ଭାବେ ନିର୍ବାଚିତ ହୋଇଥିବା ପ୍ରତିନିଧିମାନଙ୍କୁ ସ୍ୱାଗତ କରାଯାଇଛି.