March 10, 2026

ପାରଳାଖେମୁଣ୍ଡି ସ୍ଥିତ ସିଡିଏମଓଙ୍କ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ସ୍ତରୀୟ ଯାଜପୁର ଠାରେ ପଞ୍ଚାୟତ ସ୍ତରୀୟ “ବିଶ୍ଵ ଯକ୍ଷ୍ମା ଦିବସ-୨୦୨୩” ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

33c75778-231b-4ce8-bbdb-958a4b411db7
Share

ପାରଳାଖେମୁଣ୍ଡି:୨୫/୩(ଗରୁଡ଼ ଧ୍ଵଜ ଚୌଧୁରୀ)ବିଶ୍ଵ ଯକ୍ଷ୍ମା ଦିବସ-୨୦୨୩ ପାଳନ ଅବସରରେ ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଜିଲ୍ଲାସ୍ତରୀୟ ଓ ଗୋଷାଣୀ ବ୍ଲକ କେରାଣ୍ଡି ଠାରେ ପଞ୍ଚାୟତ ସ୍ତରୀୟ ବିଶ୍ଵ ଯକ୍ଷ୍ମା ଦିବସ କାର୍ଯ୍ୟକ୍ରମ ଜିଲ୍ଲା ସ୍ବାସ୍ଥ୍ୟ ସମିତିର ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି।ପାରଳାଖେମୁଣ୍ଡି ସ୍ଥିତ ସିଡିଏମଓ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ରେ ସିଡିଏମଓ: ଡ଼ାଃ ପ୍ରଦୀପ କୁମାର ପାତ୍ର ଅଧ୍ୟକ୍ଷତା କରି ଲୋକଙ୍କୁ ଯକ୍ଷ୍ମା ରୋଗର ଭୟାବହତା ସମ୍ପର୍କରେ ଅବଗତ କରାଇବା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ ।ଏହି ରୋଗର ପ୍ରାରମ୍ଭିକ ଲକ୍ଷଣର ବିଭିନ୍ନ ଦିଗ ଉପରେ କହି ପ୍ରାରମ୍ଭରେ ଏହି ରୋଗ ଚିହ୍ନଟ ହୋଇ ଚିକିତ୍ସିତ ହେଲେ ରୋଗ ଭଲ ହୋଇପାରିବ । ଏହି ଯକ୍ଷ୍ମା ମୁକ୍ତ ସମାଜ ଗଠନ ପାଇଁ ସମସ୍ତଙ୍କ ସହଯୋଗ କାମନା କରିବା ସହ ପ୍ରଧାନମନ୍ତ୍ରୀ ଟିବି-ମୁକ୍ତ ଭାରତଅଭିଯାନରେ ଟିବି ପିଡିତାଙ୍କୁ ଉପଲବ୍ଧ ହେଉଥିବା ମାଗଣା ସହାୟତା ଉପରେ କହିଥିଲେ ।ଡିପିଏଚଓ ଡ଼ାଃ ଏମ.ମୁବାରକ ଅଲ୍ଲୀ ଯୋଗଦେଇ ଯକ୍ଷ୍ମା-ରୋଗ ସମ୍ପର୍କରେ ଜନସଚେତନତାର ଆବଶ୍ୟକତା ଉପରେ କହି ଯକ୍ଷ୍ମା ରୋଗୀ ନିର୍ଦ୍ଧାରିତ ସମୟ ସୀମା ପର୍ଯ୍ୟନ୍ତ ଔଷଧ ଖାଇବା ଉପରେଗୁରୁତ୍ୱାରୋପ କରିଥିଲେ ଅନ୍ୟମାନଙ୍କ ମଧ୍ୟରେ ଯକ୍ଷ୍ମା-ରୋଗ ଡାକ୍ତର ରବି ନାରାୟଣ ଦାସ , ଲେପ୍ରୋସି ବିଭାଗ ଡାକ୍ତର ଇନ୍ଦିରା ମହାପାତ୍ର ଓ ଡିପିଏମ: ସୌମ୍ୟା ରାଣୀ ଗୌଡ଼ ପ୍ରମୁଖ ମଞ୍ଚାସିନ ରହି ଯକ୍ଷ୍ମା-ରୋଗର ଲକ୍ଷଣ ଓ ନିରାକରଣ ସମ୍ପର୍କରେ କହିଥିଲେ ।ସମସ୍ତ କାର୍ଯ୍ୟକ୍ରମ କୁ ଏସଟିଏଲଏସ ଶ୍ରୀ ସଞ୍ଜୟ କୁମାର ବେବର୍ତ୍ତା , ଡିପିସି ଶ୍ରୀ ପି.କୋଟେଶ୍ୱର ରାଓ , ପିଏମଡିଟି ଶ୍ରୀ କେ: ଅମରନାଥ ଏବଂ ପିପିଏମ୍: ସଂଯୋଜକ ଶ୍ରୀ ଜେ. ଏସ.ରାଜୁ ପ୍ରମୁଖ ପରିଚାଳନାରେ
ସହଯୋଗ କରିଥିଲେ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସ୍ବେଚ୍ଛାସେବୀ ଅନୁଷ୍ଠାନ କର୍ମକର୍ତ୍ତା କଲେଜ ଛାତ୍ରଛାତ୍ରୀ ଓ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଯୋଗ ଦେଇଥିଲେ ସେହିଭଳି ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ କତଲକୋଇଠା ପଞ୍ଚାୟତ ଅନ୍ତର୍ଗତ ଯାଜପୁର ଗ୍ରାମସ୍ଥିତ ପୂଜା ମଣ୍ଡପ ଠାରେ କେରାଣ୍ଡି ସ୍ଥିତ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପକ୍ଷରୁ ବ୍ଲକ ସ୍ତରୀୟ ବିଶ୍ଵ ଟିବି ଦିବସ ୨୦୨୩ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଏହି ଅବସରରେ ଗ୍ରାମବାସୀ , ଏସଏଚଜି ମାଆ ଓ ଅଙ୍ଗନବାଡ଼ି କର୍ମୀ ମାନଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା ବାହାରି ବିଭିନ୍ନ ସ୍ଲୋଗାନ ଦେଇ ଗାଁ ପରିକ୍ରମା କରିଥିଲା ।ଏହି କାର୍ଯ୍ୟକ୍ରମରେ ଏଏନଏମ: ଶ୍ରୀମତୀ ବି.ଜଗଦମ୍ବା , ସିଏଚଓ ପୂର୍ଣ୍ଣିମା ଦାସ ଏବଂ ସ୍ବାସ୍ଥ୍ୟକର୍ମୀ ଶ୍ରୀ ରଞ୍ଜିତ କୁମାର ଜେନା ପ୍ରମୁଖ ମଞ୍ଚାସିନ ରହି ଯକ୍ଷ୍ମା ରୋଗ କଣ , ଏହା କାହିଁକି ହୁଏ , ଏହାର କାରଣ , ନିରାକରଣ ଓ ସତର୍କତା ପ୍ରଭୃତି ଉପରେ କହି ଚିକିତ୍ସାଳୟରେ ଏଥିପାଇଁ ରହିଥିବା ମାଗଣା ପରୀକ୍ଷା ସହ ପୁଷ୍ଟିକର ଖାଦ୍ୟ ସହାୟତାର ଉପଲବ୍ଧ ଥିବା କହିଥିଲେ
ଅନ୍ୟପକ୍ଷରେ , ଦୀର୍ଘ ଦିନ ଧରି ନିୟମିତ ଭାବେ କାଶ ଓ କାଶରେ କଫ ପଡ଼ିବା ସହ ଥଣ୍ଡା ଓ ଜ୍ଵର ପ୍ରଭୃତି ହୋଇ ନ ଛାଡ଼ିଲେ ଏଥିପ୍ରତି ଅବହେଳା ନ କରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସିତ ହେବାକୁ ଉଇପାସ ଉପସ୍ଥିତ ଗ୍ରାମବାସୀ ମାନଙ୍କୁ କହିଥିଲେ ।ଏହି କାର୍ଯ୍ୟକ୍ରମ କୁ ଅଙ୍ଗନବାଡ଼ି କର୍ମୀ ମାନେ ଯଥାଇନ୍ଦୁରାଣୀ ପ୍ରଧାନ,ପ୍ରଭା ବାରୀକ,କୁନ୍ଦନ ପ୍ରଧାନ , ସୁନିତା ସ୍ୱାଇଁ , ସଂଯୁକ୍ତା ବିଶ୍ଵାଳ ଏବଂ ପୁଷ୍ପାଞ୍ଜଳୀ ପାତ୍ର ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।