March 12, 2026

ରାମନାଗୁଡାରେ ବସଷ୍ଟାଣ୍ଡ ନିର୍ମାଣ ନେଇ ଜାଗା ଚିହ୍ନଟ କଲା ଓଏଏସଆରଟିସି ଟିମ୍

IMG-20230225-WA0035
Share

ରାମନାଗୁଡା, ରାୟଗଡ଼ା ଜିଲ୍ଲା ରାମନାଗୁଡାବ୍ଲକରେ ସ୍ଥାୟୀ ବସଷ୍ଟାଣ୍ଡ ନିର୍ମାଣ ପାଇଁ ଏକ ପ୍ରତନିଧି ମଣ୍ଡଳୀ ରାମନାଗୁଡା ବ୍ଲକ ଗ୍ରସ୍ତ କରି ଓଏଏସଆରଟିସି ଏକ ସ୍ଥାୟୀ ବସଷ୍ଟାଣ୍ଡ ନିର୍ମାଣ ନେଇ ଜାଗା ଚିହ୍ନଟ କରିଛନ୍ତି।ଏନେଇ ରାଜସ୍ବ ବିଭାଗ ପକ୍ଷରୁ ବସଷ୍ଟାଣ୍ଡ ନିର୍ମାଣ ନେଇ ଆବଶ୍ୟକ ପରିମାଣର ଜମି ପ୍ରଦାନ କଲେ ସରକାରୀ ବସଷ୍ଟାଣ୍ଡ ନିର୍ମାଣ ନେଇ କାର୍ଯ୍ୟ ଆରମ୍ଭ ହୋଇପାରିବ ବୋଲି କହିଛନ୍ତି ଓଏଏସଆରଟିସିର ଓଏସଡି ଦୀପ୍ତି ମହାପାତ୍ର। ସ୍ଥାନୀୟ ଅଞ୍ଚଳରେ ଜନସାଧାରଣଙ୍କ ଆବଶ୍ୟକତା ଦୃଷ୍ଟିରେ ରଖି ରାମନାଗୁଡା ବସଷ୍ଟାଣ୍ଡ ନିର୍ମାଣ ନେଇ ଆବଶ୍ୟକତା ରହିଛି। ଏହି ସ୍ଥାନ ଦେଇ ୨ଶହରୁ ଉର୍ଦ୍ଧ୍ବ ସରକାରୀ ସହ ବେସରକାରୀ ବସ ଚଳାଚଳ କରୁଥିବା ବେଳେ ଏକ ଉନ୍ନତ ମାନର ବସଷ୍ଟାଣ୍ଡ କରାଯିବାକୁ ଆବଶ୍ୟକ ପରିମାଣର ଜମି ଯୋଗାଇ ଦେବାକୁ କହିଛନ୍ତି।ଏହି ପ୍ରତିନିଧି ମଣ୍ଡଳୀରେ ଅତିରିକ୍ତ ଈଷ୍ଟେଟ ଅଫିସର ସନ୍ତୋଷ କୁମାର ଶତପଥୀ , ଇଞ୍ଜିନିୟର ସାଇଖାନ ମାଝି ପ୍ରମୁଖ ଉପସ୍ଥିତ ଥିଲେ।ଏହି ସମୟରେ ତହସିଲଦାର ନିର୍ମଳ ଚନ୍ଦ୍ର ସାହୁ, ସମିତି ସଭ୍ୟ କମଳଲୋଚନ ମୁଟ୍ଟିକା,
ରାଜସ୍ବ ନିରୀକ୍ଷକ ମମତାରାଣୀ ଖଞ୍ଜା,ଅମିନ ରାମଲତା ମାଣ୍ଡାଙ୍ଗି ପ୍ରମୁଖ ଉପସ୍ଥିତ ଥିଲେ।