November 23, 2024

ଆନ୍ଦ୍ର-ଓଡିଶା ସୀମା ବିବାଦ ପୋଖରୀ ଖନନ କାର୍ଯ୍ୟ ବନ୍ଦ କଲା ପ୍ରଶାସନ 

Share

 

ରାମନାଗୁଡା , ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ସୁଲୁଡି ମୌଜା ଅଧିନସ୍ଥ ଲାଉଗୁଡା ଠାରେ ଆନ୍ଧ୍ର ସରକାର ପକ୍ଷରୁ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ମାଧ୍ୟମରେ ପୋଖରୀ ଖୋଳା ଯାଉଥିବା ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ହୋଇଥିଲା, ,ସ୍ଥାନୀୟ ଲୋକଙ୍କ ବିରୋଧ କରିବାରୁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା , ଗ୍ରାମବାସୀଙ୍କ କହିବା ଅନୁଯାୟୀ ଏହି ପୋଖରୀ ଖନନ କାର୍ଯ୍ୟ ଟି ଏମ୍ ଜି ଏନ ଆର ଇ ଜି ଏ ମାଧ୍ୟମରେ କରାଯାଉଛି ବୋଲି କହିଥିବା ବେଳେ ସେହି ସ୍ଥାନ ରେ ବର୍ତ୍ତମାନ ସୁଦ୍ଧା ଆନ୍ଧ୍ର ସରକାର ଙ୍କର କୌଣସି ଫଳକ ଲଗା ଯାଇନଥିବା ଦେଖିବାକୁ ମିଳିଛି, ଏହି ସମସ୍ତ ଘଟଣା ସମ୍ପର୍କରେ ଉକ୍ତ ଗ୍ରାମବାସୀ ମାନେ ବ୍ଲକ ପ୍ରଶାସନ କୁ ଜଣାଇବା ପରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶ୍ରୀ ଝୋଡିଆ ଗୋଗୁପାଡୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏବଂ ଗ୍ରାମ୍ୟ ରୋଜଗାର ସେବକ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯଦି ପୁଣି ଥରେ ଆନ୍ଧ୍ର ପ୍ରଦେଶର ଦଲାଲ କିମ୍ବା ଆନ୍ଧ୍ରପ୍ରଦେଶ ସରକାର ଅନୁପ୍ରବେଶ କରନ୍ତି ତାହାହେଲେ ସଙ୍ଗେ ସଙ୍ଗେ ବ୍ଲକ ପ୍ରଶାସନ କୁ ଜଣାଇବାକୁ କହିଛନ୍ତି । ଶୁକ୍ରବାର ଘଟଣା ସମ୍ପର୍କରେ ସୂଚନା ପାଇ ଗୁଣୁପୁର ଉପଜିଲ୍ଲାପାଳ ଲଳିତ କୁମାର କହଁର ରାମନାଗୁଡା ତହସିଲଦାର ନିର୍ମଳ ଚନ୍ଦ୍ର ସାହୁ ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଭାତୀ ଝୋଡିଆ , ପଞ୍ଚାୟତ ସମିତି ସହକାରୀ ନିର୍ବାହୀ ଯନ୍ତ୍ରୀ ରାକେଶ କୁମାର ସାହୁ, ପଂଚାୟତ ନିର୍ବାହୀ ଅଧିକାରୀ ପି ଦିବାକର ରାଓ, ରମାକାନ୍ତ ମାଣ୍ଡାଙ୍ଗି ,ସନ୍ତୋଷ କୁମାର ରତ୍ନାଲୁ ,ରାଜସ୍ୱ ସୁପରଭାଇଜର ଶରତ ଆନନ୍ଦ, ଅମିନ ରାମଲତା ମାଣ୍ଡାଙ୍ଗି, ରୀନା ବାଉରୀ, ଗୋଗୁପାଡୁ ଭାରପ୍ରାପ୍ତ ରାଜସ୍ୱ ନିରୀକ୍ଷକ କୈବଲ୍ୟ ପାଢ଼ୀ ପ୍ରମୁଖ ପହଁଚି ଘଟଣା ର ସ୍ଥିତି ଅନୁଧ୍ୟାନ କରି କାର୍ଯ୍ୟ ବନ୍ଦ କରିବାକୁ ତାଗିଦ କରିଥିଲେ ।ରାମନାଗୁଡା ବ୍ଲକ ପ୍ରଶାସନର ବାରଣ ସତ୍ତ୍ୱେ ଶନିବାର ଦିନ ପୁଣି ଥରେ ଆନ୍ଧ୍ର ସରକାର କେଦାରପୁର ଶ୍ରମିକ ମାନଙ୍କ ଦ୍ୱାରା ସକାଳ ୬ ଟା ରୁ ପୋଖରୀ ଖନନ କାର୍ଯ୍ୟ ଆରମ୍ଭ କରି ଦିନ ୧୧ ଟା ଶେଷ କରୁଥିବା ଦେଖିବାକୁ ମିଳିଥିଲା ।ତେବେ ରାମନାଗୁଡା ବ୍ଲକ ପ୍ରଶାସନ ପକ୍ଷରୁ ଆନ୍ଧ୍ରପ୍ରଦେଶର ଗୁମା ଲଷ୍ମୀପୁର ମାଣ୍ଡାଲାମ(ବ୍ଲକ) ଗସ୍ତ କରି ସେଠାକାର ବ୍ଲକ ପ୍ରଶାସନ ଗୋଷ୍ଠି ଉନ୍ନୟନ ଅଧିକାରୀ , ତହସିଲଦାର,ମାଣ୍ଡାଲାମ ଅଧ୍ୟକ୍ଷ ,ଉପାଧ୍ୟକ୍ଷ ଙ୍କ ସହିତ ରାମନାଗୁଡା ବ୍ଲକ ପ୍ରଶାସନର ତହସିଲଦାର ନିର୍ମଳ ଚନ୍ଦ୍ର ସାହୁ ଭାରପ୍ରାପ୍ତ ରାଜସ୍ୱ ନିରୀକ୍ଷକ କୈବଲ୍ୟ ପାଢ଼ୀ ସୁଣ୍ଡି ଧାମୁଣି ସମିତି ସଭ୍ୟ କମଳ ଲୋଚନ ମୁଟିକା ପ୍ରମୁଖ ସୀମାନ୍ତ ଗ୍ରାମ କେଦାରପୁରର କାର୍ଯ୍ୟରେ ନିୟୋଜିତ ଥିବା ଶ୍ରମିକ ମାନଙ୍କୁ କାର୍ଯ୍ୟ ବନ୍ଦ ରଖିବାକୁ କୁହାଯାଇଥିଲା ଏବଂ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ସୀମାନ୍ତ ବିବାଦ ଘଟଣା ସମ୍ପର୍କରେ ଉଭୟ ପକ୍ଷରୁ ସୀମାନ୍ତ ଚିହ୍ନଟ ପରେ କାର୍ଯ୍ୟ କରିବା ପାଇଁ ଆନ୍ଧ୍ରପ୍ରଦେଶର ସରକାରୀ ଅଧିକାରୀ ଆଲୋଚନା କରିବା ସହ ସମାଧାନ ହେଲା ପରେ କାର୍ଯ୍ୟ ଆରମ୍ଭ କରିବାକୁ ପ୍ରତିଶୃତି ଦେଇଥିଲେ।।