November 14, 2024
Share

 

ତାରିଖ ୨୫/୦୨/୨୦୨୩ ଶନି ବାର ।

 

୧-ଆଦାନୀ ଗ୍ରୁପରେ ନିଜର ଅର୍ଥ ବିନିଯୋଗ କରିଥିବା ଏଲଆଇସିକୁ ବଡ ଝଟକା : ୫୦ ଦିନ ମଧ୍ୟରେ ଏଲଆଇସି ୫୦ହଜାର କୋଟିରୁ ଅଧିକ ଟଙ୍କାର କ୍ଷତି ସହିଛି ।

 

୨-ହିଣ୍ଡେନବର୍ଗ ମାଡ଼ : ମାସକରେ ଆଦାନୀର ୧୨ଲକ୍ଷ କୋଟି, ୫୦ ଦିନରେ ଏଲଆଇସିର ୫୦,୦୦୦ କୋଟି କ୍ଷତି ।

 

୩-ଦିଲ୍ଲୀ MCD ପୁଣି ପାଲଟିଲା ଆଖଡ଼ା, ପରସ୍ପରକୁ ବିଧା, ଗୋଇଠା ମାରିଲେ BJP ଓ AAP କାଉନସିଲର

 

୪-ଲଗାତାର ତୃତୀୟ ସପ୍ତାହରେ ବିଦେଶୀ ମୁଦ୍ରା ଭଣ୍ଡାରରେ ହ୍ରାସ, କମିଲା ୫.୬୮ ବିଲିୟନ ଡଲାର ।

 

୫-ରାଜ୍ୟରେ କ୍ରମାଗତ ବୃଦ୍ଧି ପାଉଛି ତାପମାତ୍ର; ୭ସହରରେ ତାପମାତ୍ରା ୩୭ ଡିଗ୍ରୀ ଉପରେ ।

 

୬-କର୍ଣ୍ଣାଟକ: ରାଜନୀତିରୁ ସନ୍ୟାସ ଘୋଷଣା କଲେ ବି.ଏସ୍.ୟେଦିୟୁରପ୍ପା, କହିଲେ- ଶେଷ ନିଶ୍ୱାସ ପର୍ଯ୍ୟନ୍ତ କରିବେ ବିଜେପି ପାଇଁ କାମ ।

 

୭-ବିଧାନସଭାରେ ବଜେଟ୍ ଉପସ୍ଥାପନ କରିସାରିଛନ୍ତି ଅର୍ଥମନ୍ତ୍ରୀ । ୨ ଲକ୍ଷ ୩୦ ହଜାର କୋଟିର ବଜେଟକୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ ଉପସ୍ଥାପନ କରିଛନ୍ତି ।

 

୮-କଲେକ୍ଟର ବନାମ ସିଡିଏମଓ: ବରଗଡ଼ ଜିଲ୍ଲାପାଳଙ୍କ ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆଣିଲେ ସିଡିଏମଓ ଚାରୁବାଳା ରଥ

 

୯-ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଓଡିଶା ଲୋକାୟୁକ୍ତ ଯାଞ୍ଚ ଆଦେଶ ସୁପ୍ରିମକୋର୍ଟରେ କାୟମ ।

 

୧୦-ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କ ସ୍ବାମୀ ଦେବୀସିଂହ ଶେଖାୱତଙ୍କ ପରଲୋକ । ଶୁକ୍ରବାର ପୁଣେରେ ୮୯ ବର୍ଷ ବୟସରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତିି ।

 

୧୧-ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ: ସହ ଅଭିଯୁକ୍ତଙ୍କୁ ଜାମିନ ମିଳିଛି ବୋଲି ଅନ୍ୟ ଅଭିଯୁକ୍ତଙ୍କୁ ଜାମିନ ମିଳିବା ନିଶ୍ଚିତ ନୁହେଁ ।

 

୧୨-FATF ରଦ୍ଦ କଲା ରୁଷର ସଦସ୍ୟତା, କହିଲା-ମସ୍କୋରୁ ସୃଷ୍ଟି ସାଇବର ଗତିବିଧି ଚିନ୍ତାର ବିଷୟ।

 

୧୩-ବଦଳିବ ଔରଙ୍ଗାବାଦର ନାଁ, ପ୍ରସ୍ତାବ ମଞ୍ଜୁର କଲେ କେନ୍ଦ୍ର ସରକାର ।

 

୧୪-ଋତୁସ୍ରାବ ବେଳେ କାର୍ଯ୍ୟରତ ମହିଳାଙ୍କୁ ମିଳିବନି ଛୁଟି : ସୁପ୍ରିମକୋର୍ଟ ।

 

୧୫-ନବୀନ ନିବାସରେ ବଜେଟ୍ ପରବର୍ତ୍ତୀ ଆଲୋଚନା । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଜଣାଇଲେ ବିଜେଡି ବିଧାୟକ । ।

 

୧୬-Women T20 WC: ଇଂଲଣ୍ଡକୁ ହରାଇ ପ୍ରଥମ ଥର ଫାଇନାଲ୍‌ରେ ଦ. ଆଫ୍ରିକା, ଟାଇଟଲ୍‌ ମୁକାବିଲାରେ ଅଷ୍ଟ୍ରେଲିଆ ସହ ଟକ୍କର ।

 

୧୭-ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲା । ହକିଷ୍ଟାର ବିରେନ୍ଦ୍ର ଲାକ୍ରାଙ୍କୁ କ୍ଲିନଚିଟ୍ ।

 

ସୁପ୍ରଭାତ ,ଶୁଭ ସକାଳ ।