ସମାଜସେବା ପାଇଁ ବାଞ୍ଛାନିଧି ମହାନ୍ତିଙ୍କୁ ସମ୍ବର୍ଦ୍ଧନା
ଗୁଣୁପୁର,-(ସୁରେନ୍ଦ୍ର ମହାନ୍ତି )ପରିଣତ ବୟସରେ ବି ଥକି ପଡିନି ଶରୀର । ସମାଜରେ ଅବହେଳିତ, ଅସୁରକ୍ଷିତ,ଅନାଥ,ଯତ୍ନ ଓ ସୁରକ୍ଷା ଲୋଡୁଥିବା ଶିଶୁଙ୍କୁ ନିରନ୍ତର ନିଃସ୍ୱାର୍ଥପର ସେବା ଯୋଗାଇ ଆସୁଥିବା ତଥା ବାଳ ନିକେତନ ଶିଶୁଯତ୍ନ ଅନୁଷ୍ଠାନ ର ପ୍ରତିଷ୍ଠାତା ଶ୍ରୀଯୁକ୍ତ ବାଞ୍ଛାନିଧି ମହାନ୍ତି ଙ୍କୁ ଉଲ୍ଲେଖନୀୟ ସେବା ପାଇଁ ବିଶିଷ୍ଟ ସମାଜସେବୀ ଭାବେ ଆଜି ସମ୍ବର୍ଦ୍ଧିତ କରାଯାଇଛି । ଶ୍ରୀ ମହାନ୍ତି ଭୂଦାନ ଆନ୍ଦୋଳନ ର ଜଣେ ସକ୍ରିୟ କର୍ମୀ ଓ ଗାନ୍ଧିବାଦୀ ବିଚାରଧାରାରେ ଆଜି ୯୦ ବର୍ଷ ବୟସରେ ବି ଶିଶୁ ଓ ଯୁବ ସମାଜ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି । ଗୁଣୁପୁର ଉପଖଣ୍ଡ କଳିଙ୍ଗ ସାମ୍ବାଦିକ ସଙ୍ଘ ର ବାର୍ଷିକ ଉତ୍ସବ ପାଳନ ଅବସରରେ ସମାଜସେବା, ଶିକ୍ଷା, ସାହିତ୍ୟ, କଳା ପ୍ରଭୃତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଦେଇଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୌର ପରିଷଦ ଅଧ୍ୟକ୍ଷା ମମତା ଗୌଡ଼, ସମ୍ମାନିତ ଅତିଥି ଭାବେ ସହକାରୀ ଜିଲ୍ଲାପାଳ ସୁଜାତା ପାଢ଼ୀ, ମୁଖ୍ୟବକ୍ତା ଭାବେ ବରିଷ୍ଠ ଆଇନଜୀବୀ ପ୍ରଦୀପ କୁମାର ଦାସ ,ସଂଘର ଆବାହକ ଶକ୍ତି ଦାଶ ପ୍ରମୁଖ ଯୋଗ ଦେଇଥିଲେ । ଆଇନଜୀବୀ ଇନ୍ଦ୍ରକ୍ଷୀ ଦାଶ ସଭା ପରିଚାଳନା କରିଥିଲେ ।