ଉମରକୋଟ ର ଅମିତ ଉଚ୍ଚ ଶିକ୍ଷିତ ହୋଇ ଅନ୍ୟ ପାଇଁ ଉଦାହରଣ ସାଜିଲେ……
ଉମରକୋଟ(ଏମ୍.ଦୀନା°ଶୁ ଆଚାରୀ)ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେକ ଇନ ଇଣ୍ଡିଆ ର ଡାକରା ଦେଇଥିଲେ ଯାହା ସାକାର କରିଛନ୍ତି ଯୁବ ଉଦ୍ୟୋଗୀ।ବର୍ତ୍ତମାନ ସ୍ଥାନୀୟ ଦଶ ଜଣ ଯୁବକଙ୍କୁ ନିଯୁକ୍ତି ଦେବା ସହ ବାର୍ଷିକ ୫୦ ଲକ୍ଷରୁ ୮୦ ଲକ୍ଷ ପର୍ଯ୍ୟନ୍ତ ବ୍ୟବସାୟ କରୁଛନ୍ତି। ଯାହା ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ନବରଙ୍ଗପୁର ଜିଲ୍ଲା ଉମରକୋଟ ର ଅମିତ କୁମାର ମଜୁମୁଦାର।ଅମିତ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଉପାନ୍ତ ସିଲାଟି ଗ୍ରାମର ବାସିନ୍ଦା। ମେକାନିକାଲ ଇଞ୍ଜିନିୟରରେ ଡିଗ୍ରୀ ପାଠ ପଢ଼ିବା ପରେ ରାୟପୁର,ବିଶାଖପାଟଣା, ହାଇଦ୍ରାବାଦ ଭଳି ସହରରେ ସେ ବିଭିନ୍ନ ବେସରକାରୀ କମ୍ପାନୀରେ ଚାକିରି କରୁଥିଲେ।ମାସିକ ଲକ୍ଷାଧିକ ଟଙ୍କା ରୋଜଗାର କରୁଥିଲେ ଅମିତ। କିନ୍ତୁ ଅମିତଙ୍କୁ ଏହି ବେସରକାରୀ ଚାକିରି କରିବା ପସନ୍ଦ ହେଲାନି। ନିଜେ କିଛି କରିବା ପାଇଁ ଅଣ୍ଟା ଭିଡ଼ିଲେ ଏବଂ ସେ ଉମରକୋଟ ଆସି ଦେଖିଲେ ଯେ ଗୁଡ଼ିଏ ଘର ତିଆରି ହେଉଛି।ଘର ତିଆରି କରିବା ସମୟରେ ଝରକା କବାଟ ର ଆବଶ୍ୟକ ପଡେ।କାଠ ତିଆରି ଜିନିଷ ଅଧିକ ମାହାଙ୍ଗା ପଡୁଥିବା ବେଳେ ଏଥିରେ ଲାଗୁଥିବା ଝରକା କବାଟ ଆଦି ଲୋକଙ୍କୁ ବାହାରୁ ଆଣିବାକୁ ପଡ଼ୁଛି ଯାହା ଅଧିକ ଖର୍ଚ୍ଚାନ୍ତ କରୁଛନ୍ତି।ଏହି ଝରକା କବାଟ ଗୁଡାକ ଆଲୁମିନିୟମରେ ତିଆରି ହୋଇଥିବା ଯୋଗୁଁ ଦୀର୍ଘସ୍ଥାୟୀ ନୁହେଁ ଏଣୁ ସେ ମନସ୍ଥ କଲେ ଯେ ଫାଇବରରେ କିଛି ନୂଆ ଝରକା କବାଟ ତିଆରି କରି ଲୋକଙ୍କୁ ଦେବେ।ଫାଇବର ତିଆରି ଝରକା କବାଟ ସୁନ୍ଦର ସହ ସୁଲଭ ମୂଲ୍ୟ।ଏଣୁ ଅଳ୍ପ ଦିନରେ ଏହାର ଚାହିଦା ବଢ଼ି ଯାଇଥିଲା।ପୂର୍ବରୁ ଅନ୍ୟ ସହର କୁ ଯାଇ ଲୋକଙ୍କୁ ଏହି ଜିନିଷ ଆଣିବାକୁ ପଡୁଥିଲା ଯାହା ଏବେ ହାତ ପାହାନ୍ତରେ ଉମରକୋଟ ରେ ମିଳି ଯାଉଛି।ସେ ମେକାନିକାଲ ଇଞ୍ଜିନିୟର ଭାବେ ହାଇଦ୍ରାବାଦରେ କାମ କରୁଥିଲା ବେଳେ ଏହି ଉଦ୍ୟୋଗରେ ପୂର୍ବରୁ କାମ କରୁଥିବା ଯୋଗୁଁ ତାଙ୍କର ଏହା ଉପରେ ଅଭିଜ୍ଞତା ଥିଲା।ସେ ଅଭିଜ୍ଞତାକୁ ପାଥେୟ କରି ଉମରକୋଟ ରେ ଏକ ଛୋଟ ଉଦ୍ୟୋଗ ଆରମ୍ଭ କଲେ।ଏହି ଉଦ୍ୟୋଗ ଆରମ୍ଭ କଲାବେଳେ ହାତରେ ଯାହା ପୁଞ୍ଜିଥିଲା ଖର୍ଚ୍ଚ କରିଥିଲେ।କିନ୍ତୁ ପରେ ପରିବାର ପକ୍ଷରୁ ତାଙ୍କୁ ଆର୍ଥିକ ସହାୟତା ମଧ୍ୟ ମିଳିଥିଲା।ଏଣୁ ତାଙ୍କର ସେହି ଉଦ୍ୟୋଗକୁ ଆଗକୁ ନେବାକୁ ଅଧିକ ସହାୟତା ହୋଇଥିଲା।ମାତ୍ର ସାଢ଼େ ୩ ବର୍ଷରେ ଏହି ଉଦ୍ୟୋଗର ବାର୍ଷିକ ବ୍ୟବସାୟ ୫୦ ଲକ୍ଷରୁ ୮୦ ଲକ୍ଷ ପର୍ଯ୍ୟନ୍ତ ବର୍ତ୍ତମାନ ଅଛି ଯାହା ଆଗକୁ ଅଧିକ ବଢ଼ିବ।ଏହି ଉଦ୍ୟୋଗରେ ସ୍ଥାନୀୟ ଯୁବକଙ୍କୁ କର୍ମନିଯୁକ୍ତି ଦେଇ ପାରିଛନ୍ତି। ସେମାନେ ପରିବାର ଚଳାଇବାରେ ସହାୟକ ହୋଇପାରିଛନ୍ତି। ସାଧାରଣତଃ ପାଠ ପଢିବା ପରେ ଚାକିରୀ ଆଶାରେ ଦୌଡି ଥାନ୍ତି ଅନ୍ୟ ମାନେ।କିନ୍ତୁ ଅମିତ ଭଳି ଉଚ୍ଚ ଶିକ୍ଷିତ ବଡ଼ ସହରରେ ଭଲ କମ୍ପାନୀ ରେ ଚାକିରୀ ଛାଡ଼ି ନିଜ ଅଞ୍ଚଳରେ କିଛି ନୂଆ କରି ନିଜ ଉଦ୍ୟାଗ ଚଳାଇ ଉଦ୍ୟୋଗୀ ହେବା ଉଚିତ ବୋଲି ସାଧାରଣରେ ଆଲୋଚନା ହେଉଛି ଏବଂ ଉଦ୍ୟୋଗୀ ହୋଇ ସନ୍ତୋଷ ପାଉଥିବା ପ୍ରକାଶ କରିଛନ୍ତି।
