ଦୁର୍ନୀତିର ପର୍ଦ୍ଦାଫାଶ ପାଇଁ ସାମ୍ବାଦିକ ସମିଳନୀ ମାଧ୍ୟ୍ୟମରେ ଡାକରା ଦେଲେ କାନୀମୂଳ ବିକାଶମଞ୍ଚ ର ସମ୍ପାଦକ ..

ତିର୍ତ୍ତୋଲ , ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନିମୂଳ ପଞ୍ଚାୟତ ରେ ବିଭିନ୍ନ କାର୍ଯ୍ୟର ଅନିୟମିତତା ଓ ସରପଞ୍ଚ ଙ୍କ ସ୍ଵାକ୍ଷର କୁ ପ୍ରକ୍ସି ସରପଞ୍ଚ ଜାଲିଆତି କରି କାର୍ଯ୍ୟ ହାସଲ କରିବା କ୍ଷେତ୍ରରେ ତିର୍ତ୍ତୋଲ ବ୍ଲକରେ ଏକ ନମ୍ବର ସ୍ଥାନ ରେ ଚର୍ଚ୍ଚାର କେନ୍ଦ୍ର ପାଲଟି ଥିବାର ଦର୍ଶାଇ, କନିମୂଳ ବିକାଶମଞ୍ଚ ର କାର୍ଯ୍ୟକର୍ତ୍ତା ମାନେ ଏକ ସାମ୍ବାଦିକ ସମିଳନୀ ଜରିଆରେ ଅବଗତ କରାଇଛନ୍ତି । ପଞ୍ଚାୟତ ର ଆଲୋକୀକରଣ ଠାରୁ ଆରମ୍ଭ କରି ରାସ୍ତା କାର୍ଯ୍ୟ ଓ ବିଭିନ୍ନ ଉର୍ନ୍ନତି ମୂଳକ କାର୍ଯ୍ୟ ପର୍ଯ୍ୟନ୍ତ ସବୁଠି ଦୁର୍ନୀତିର ଛିଟା ଲାଗିଥିବା ବେଳେ ତାର ପର୍ଦ୍ଦାଫାସ କରେଇବାକୁ ମତ୍ତଗଜପୁର ସ୍ଥିତ ସୁଧା ମଣ୍ଡପରେ ଏକ ସାମ୍ବାଦିକ ସମିଳନୀ ର ଆୟୋଜନ ହୋଇଥିଲା । ଆଗାମୀ ୨୭ ତାରିଖ ସୋମବାର ପୂର୍ବାହ୍ନ ୧୦:୩୦ ମିନିଟ ସମୟରୁ ପଞ୍ଚାୟତ ଅଫିସ ଘେରାଉ କରାଯିବାକୁ ବିକାଶମଞ୍ଚ ର ସମ୍ପାଦକ ଇଂ. ବେଦଦ୍ୟୁତି ପୃଷ୍ଟି ପ୍ରେସମିଟ ଜରିଆରେ ସୂଚନା ପ୍ରଦାନ କରିଥିଲେ । ବିକାଶମଞ୍ଚ ର ବରିଷ୍ଠ ସମାଜସେବୀ ମୁରଲୀଧର ସେଠୀ, ସୁବାଷ ରଞ୍ଜନ ସାହୁ ଏବଂ ପୁରୁଷୋତ୍ତମ ଖଣ୍ଡୁଆଳ ଉକ୍ତ ପ୍ରେସମିଟ ରେ ସକ୍ରିୟ ଅଂଶ ଗ୍ରହଣ କରି ପଞ୍ଚାୟତ ରୁ ଦୁର୍ନୀତିର ମୂଳ ଉତ୍ପାଟନ କରିବାକୁ ଆହ୍ୱାନ ଦେଇଥିଲେ ।
ଜଗତସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ , ନିୟୁଜ ଉପାନ୍ତ ଖବର ।