March 10, 2026

ଛାତ୍ରୀଙ୍କ ପଞ୍ଚମ ବୃତ୍ତି ପାଇଁ କୃତିତ୍ବ ଅର୍ଜନ 

IMG-20251224-WA0027
Share

 

ବେଲଗୁଣ୍ଠା-୨୩/୧୨-ବେଲଗୁଣ୍ଠା ବ୍ଳକ୍ ସୋଢଙ୍ଗାଇ ଗ୍ରାମର ଭକ୍ତବନ୍ଧୁ ପରିଡ଼ା ଓ ଭାରତୀ ରାୟଙ୍କ ସୁପୁତ୍ରୀ ଶ୍ରେୟାଂଶୀ ପରିଡା ପଞ୍ଚାମ ଶ୍ରେଣୀ ବୃତ୍ତି ପରୀକ୍ଷାରେ କୃତିତ୍ବର ସହିତ ଉତ୍ତୀର୍ଣ୍ଣ ହୋଇ ବୃତ୍ତି ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ।ସେ ଛୋଟ ବେଳୁ ଜଣେ ମେଧାବୀ ଛାତ୍ରୀ ଥିବା ବେଳେ ଭବିଷ୍ୟତରେ ଜଣେ ପ୍ରଶାସନିକ ଅଧିକାରୀ ହେବା ପାଇଁ ଲକ୍ଷ ରଖିଛନ୍ତି ବୋଲି ପ୍ରକାଶ କରିଛନ୍ତି ।ସଂମ୍ପ୍ରତି ସେ ନିଜ ଅଜା ତଥା ବେଗୁନିଆପଡା ଅଞ୍ଚଳର ବିଶିଷ୍ଟ ସଂସ୍କୃତ ପଣ୍ଡିତ ସ୍ୱର୍ଗତ ରବୀନ୍ଦ୍ର ରାୟଙ୍କ ଘର ତାଳସରରେ ରହି ଆଦର୍ଶ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ଅଧ୍ୟୟନ କରୁଥିବା ବେଳେ ବେଲଗୁଣ୍ଠା ଅଞ୍ଚଳର ଶିକ୍ଷାବିତ୍ ଅବସରପ୍ରାପ୍ତ ଶିକ୍ଷକ ସୋଢଙ୍ଗାଇ ଗ୍ରାମର ଲିଙ୍ଗରାଜ ପରିଡ଼ାଙ୍କ ନାତୁଣୀ ଅଟନ୍ତି ।ଏହି ସଫଳତା ପାଇଁ ନିଜ ପିତାମାତା, ପରିବାରବର୍ଗ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଶ୍ରେୟ ଦେଇଛନ୍ତି ।ବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ