September 21, 2024

ବଡଦିନ ପର୍ବ ପାଇଁ ଗାଡ଼ି ମୋଟର ଯାଞ୍ଚ କଡ଼ାକଡ଼ି…

Share

                                                                                                                                                                                    ବ୍ରାହ୍ମଣୀଗାଁ , ବଡ଼ଦିନ ପର୍ବ କୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲ୍ଲା ପ୍ରଶାସନ ର ନିର୍ଦ୍ଦେଶ କ୍ରମେ ବ୍ରାହ୍ମଣୀଗାଁ ଥାନା ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରିବା ସହ ଗାଡ଼ି ମୋଟର ଯାଞ୍ଚ କଡ଼ାକଡ଼ି କରାଯାଇଥିବା ଜଣାପଡ଼ିଛି, ଥାନା ଅଧିକାରୀ ଚାପା ଧାରୀ ପ୍ରଧାନ ଙ୍କ ନେତୃତ୍ବ ରେ ସୁରକ୍ଷା କର୍ମୀ ଓ ପୋଲିସ ବାହିନୀ ଫ୍ଲାଗ ମାର୍ଚ୍ଚ କରିଥିବା ବେଳେ ରବିବାର ଦିନ ଥାନା ପକ୍ଷରୁ ଗ୍ରାମର ପ୍ରଵେଶ ପଥ ରେ ନାକା ବନ୍ଦି କରାଯାଇ ଥାନା ଉପ ଆରକ୍ଷୀ ଅଧିକାରୀ ଅମରେନ୍ଦ୍ର ସୁବୁଦ୍ଧି ଙ୍କ ନେତୃତ୍ବ ରେ ଗାଡ଼ି ମୋଟର ଚାଳକ ମାନଙ୍କ ହେଲମେଟ, ଡି ଏଲ, ଇନ୍ସୁରାନସ ଆଦି କଡ଼ାକଡ଼ି ଭାବେ ଯାଞ୍ଚ କରାଯାଇଥିବା ଜଣାପଡ଼ିଛି,। କନ୍ଧମାଳ ଡି ଏସ ପି ହୃଷିକେଶ ନାୟକ ଉପସ୍ଥିତ ରହି ଥାନା ଅଞ୍ଚଳ ର ପ୍ରତ୍ୟେକ ପଞ୍ଚାୟତ ଓ ଚର୍ଚ୍ଚ ମାନଙ୍କୁ ଯାଇ ଆଇନ ଶୃଙ୍ଖଳା ପରିସ୍ଥିତିକୁ ତଦାରଖ କରିଥିଲେ , ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନଉପୁଜେ ସେଥିପାଇଁ ରାତ୍ରି କାଳୀନ ପେଟ୍ରୋଲିଂ ଜାରୀ ରହିବ ବୋଲି ଥାନା ଅଧିକାରୀ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି।(କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀ ଗାଁ ରୁ ମନୋରଞ୍ଜନ ରଣା ଙ୍କ ରିପୋର୍ଟ)