September 21, 2024

ବୁଗୁଡା ବ୍ଳକ ସ୍ତରୀୟ ଧାନ ମଣ୍ଡିର ଶୁଭ ଉଦ୍ଘାଟନ ….

Share

ବୁଗୁଡା ବ୍ଳକ ଅନ୍ତର୍ଗତ ପାଙ୍ଗିଡ଼ି ସେବା ସମବାୟ ସମିତିରେ ବ୍ଳକ ସ୍ତରୀୟ ଧାନ ମଣ୍ଡିର ଶୁଭ ଉଦ୍ଘାଟନ ହୋଇ ଯାଇଛି। ପାଙ୍ଗିଡ଼ି ସେବା ସମବାୟ ସମିତିର ସଭାପତି ତଥା ଅଞ୍ଚଳ ନିର୍ଦ୍ଦେଶିକା ନନ୍ଦିନୀ ଭୁୟାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ
ଉଦ୍ଘାଟନ ଉତ୍ସବରେ ମୁଖ୍ଯ ଅତିଥି ଭାବେ
ବିଧାୟକ ଶ୍ରୀକାନ୍ତ ସାହୁ ଯୋଗ ଦେଇ
ଧାନ ମଣ୍ଡିର ଶୁଭ ଆରମ୍ଭ କରିଥିଲେ। ଉକ୍ତ ଉତ୍ସବରେ ସମ୍ମାନିତ ଅତିଥି ଭାବେ ନୋଡାଲ ଅଧିକାରୀ ତଥା
ତହସିଲଦାର ତାପସ କୁମାର ରାଉତ,ବୁଗୁଡା ଏନ ଏ ସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ,ଯୋଗାଣ ଅଧିକାରୀ ହେମନ୍ତ କୁମାର ପ୍ରଧାନ, ପୂର୍ବତନ ସରପଞ୍ଚ ସୁଶାନ୍ତ କୁମାର ଆପଟ ,ସମାଜସେବୀ ମଦନ ଗୋପାଳ ଦୋରା, ପୂର୍ବତନ ସମିତି ସଭ୍ଯ କୃଷ୍ଣ ଚନ୍ଦ୍ର ରା ,ପ୍ରମୁଖ ଉପସ୍ଥିତ ଥିଲେ। ପାଙ୍ଗିଡ଼ି ସେବା ସମବାୟ ସମିତିର ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ବିଷୋୟୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଅନ୍ୟତମ ସଂପାଦକ ପ୍ରତାପ ଚନ୍ଦ୍ର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
ଉଦ୍ଘାଟନ କାର୍ଯ୍ୟକ୍ରମରେ ବୁଗୁଡା ବ୍ଳକ ସେବା ସମବାୟ ସମିତିର ସମସ୍ତ ସଂପାଦକ ଓ ଡାଟା ଅପରେଟର ଯୋଗ ଦେଇ ସହଯୋଗ କରିଥିଲେ।