March 10, 2026

ବିଶ୍ବ କଲ୍ୟାଣ ସଂସ୍ଥାର ଷଷ୍ଠ ତମ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ

IMG-20251124-WA0003
Share

 

 

ବାଲେଶ୍ଵର: ତା ୨୩. ୧୧. ୨୫. ବାଲେଶ୍ଵର ଜିଲ୍ଲା ଷ୍ଟେସନ ଛକ ନିକଟସ୍ଥ ଷ୍ଟେସନ କ୍ଲବ୍ ପରିସରରେ ବିଶ୍ଵ କଲ୍ୟାଣ ସଂସ୍ଥାର ଷଷ୍ଠ ତମ ସ୍ବନକ୍ଷତ୍ର ଦିବସ ପାଳିତ ହୋଇଯାଇଛି। ଦିବସ ବ୍ୟାପୀ ପାଳିତ ହୋଇଥିବା ଉକ୍ତ କାର୍ଯ୍ୟକ୍ରମରେ ପ୍ରାତଃ ୮ଘଟିକାରୁ ୧୦ଟା ପର୍ଯ୍ୟନ୍ତ ପରମେଶ୍ବରଙ୍କ ମନ୍ତ୍ର ଧ୍ବନି ଉଚ୍ଚାରଣ ଏବଂ ପୂଜାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ୧୧ ଘଟିକାରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ଗରୀବ ଅସହାୟ ବ୍ୟକ୍ତିଙ୍କ ମଧ୍ୟରେ ଦାନ କାର୍ଯ୍ୟ ସମ୍ପାଦନ ହୋଇଥିଲା। ଇତି ଅବସରରେ ବିଶ୍ଵ କଲ୍ୟାଣ ସଂସ୍ଥାର ପ୍ରତିଷ୍ଠାତା ଇଂ ଜଗଦୀଶ ମିଶ୍ରଙ୍କ ପିତା ଡଃ ଅଜୟ କୁମାର ମିଶ୍ରଙ୍କ ୭୭ତମ ଜନ୍ମ ଦିବସ ପାଳିତ ହୋଇଥିଲା। ପ୍ରତିବର୍ଷ ନଭେମ୍ବର ୨୩ ତାରିଖରେ ବିଶ୍ବ କଲ୍ୟାଣ ସଂସ୍ଥାର କାର୍ଯ୍ୟକ୍ରମ ପାଳିତ ହୋଇଥାଏ। ପରିବାରକୁ ଶୃଙ୍ଖଳିତ କରିବା, ଭଲ ମଣିଷ ତିଆରି କରିବା, ସତ୍ୟ, ପ୍ରେମ ଓ ସେବା ମାଧ୍ୟମରେ ପ୍ରତି ମଣିଷଙ୍କୁ ବାନ୍ଧି ରଖି ସେମାନଙ୍କୁ ଗତିଶୀଳ କରାଇବା ହେଉଛି ବିଶ୍ଵ କଲ୍ୟାଣ ସଂସ୍ଥାର ମୁଖ୍ୟ ଉଦ୍ଦେଶ୍ୟ। ଅଧ୍ୟାପକ ଡ଼ଃ ପ୍ରଦୀପ୍ତ ମିଶ୍ର, ଅଧ୍ୟାପକ ସଦାନନ୍ଦ ଦୀକ୍ଷିତ, ବରିଷ୍ଠ ସାମ୍ବାଦିକ ବିପ୍ଲବ ମହାନ୍ତି, ବରିଷ୍ଠ ଆଇନଜୀବୀ ଅରବିନ୍ଦ ବାରିକ ଏବଂ ଶିକ୍ଷୟିତ୍ରୀ ଅଞ୍ଜଳି ବୋଷ, ସମାଜସେବୀ ସତ୍ୟନ୍ଦ୍ର ଦାସ, ଅମିତା କର ପ୍ରମୁଖ ଅତିଥି ମାନେ ଉପସ୍ଥିତ ରହି ପରିବାର ସୁଖୀ ରହିଲେ ବିଶ୍ବ ସୁଖୀ ହେବ ବୋଲି ବକ୍ତବ୍ୟ ରଖିଥିଲେ। ଛୋଟ ପିଲା ହେଲେ ମଧ୍ୟ ପିତା ମାତାଙ୍କୁ କିପରି ଭକ୍ତି ଓ ସମ୍ମାନ କରାଯାଏ, ଝାଡେଶ୍ବର ଇଣ୍ଟରନ୍ୟାସନଲ ସ୍କୁଲର ନବମ ଶ୍ରେଣୀର ଛାତ୍ରୀ ଅଂଶିକା ପ୍ରତିଶ୍ରୁତି ମିଶ୍ର ସ୍ମୃତି ଚାରଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସମାଜରେ ଆଗଧାଡିର ଥିବା ପ୍ରତିଭାଧାରୀ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା। ପ୍ରତିଷ୍ଠାତା ଇଂ ଜଗଦୀଶ ମିଶ୍ର କାର୍ଯ୍ୟକ୍ରମର ସଭାପତିତ୍ବ କରିଥିବା ବେଳେ ସମାଜସେବୀ ଜ୍ୟୋତିର୍ମୟୀ ଶତପଥୀ ମଞ୍ଚ ପରିଚାଳନା କରିଥିଲେ। ଜିଲ୍ଲାର ସାମ୍ବାଦିକ, ସମାଜସେବୀ, ବୁଦ୍ଧିଜୀବୀ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଦିବସ ବ୍ୟାପୀ କାର୍ଯ୍ୟକ୍ରମର ଆନନ୍ଦ ଉପଭୋଗ କରିଥିଲେ।