November 24, 2024

ମେଗା କ୍ରସର ବନ୍ଦ ପାଇଁ କାହାର ଷଡ଼ଯନ୍ତ୍ର ..

Share

 

 

ଖୋର୍ଦ୍ଧା (ପ୍ରିୟଙ୍କା ମହାପାତ୍ର) ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଦୁର୍ଗାପୁର ଓ ଛତ୍ରମା ଗ୍ରାମ ର ସ୍ଥାନୀୟ ଅଞ୍ଚଳର ସମସ୍ୟା କଥା ଏବେ କିଛିଦିନ ଧରି କ୍ରସର୍ ସଂଘରେ ଗାଦି ମାଡ଼ି ବସିଥିବା କିଛି ଛାମୁଆ ସଂଗଠନ ବ୍ୟକ୍ତି ବିଶେଷଙ୍କ ଷଡ଼ଯନ୍ତ୍ରର ଶିକାର ହେଉଛନ୍ତି ଖୋର୍ଦ୍ଧା ଅଞ୍ଚଳର ଅନେକ କ୍ରସର୍ ମାଲିକ। ଦୀର୍ଘଦିନ ଧରି ପଦବୀ ମାଡ଼ି ବସିଥିବା କିଛି ନ୍ୟାସ୍ତସ୍ୱାର୍ଥ ବ୍ୟକ୍ତି ନିଜ ସ୍ବାର୍ଥ ପୂରଣ ପାଇଁ ସଂଘକୁ ନେଇ ଚଳାଇଛନ୍ତି ମନମୁଖୀ କାର୍ଯ୍ୟକ୍ରମ । ଆଉ ଚକ୍ରାନ୍ତ ର ଶିକାର ହେଉଛନ୍ତି କୋଟି କୋଟି ଟଙ୍କା ଖର୍ଚ୍ଚ କରି କ୍ରସର ବସେଇଥିବା କିଛି ମାଲିକ । କ୍ରସର ୟୁନିଟ ବନ୍ଦ ପାଇଁ ମାଲିକ ମାନଙ୍କ ଉପରେ ବିଭିନ୍ନ ବିଭିନ୍ନ ଉପାୟରେ ପକାଉଛନ୍ତି ଚାପ । ଆପତ୍ତି କଲେ, ହଇରାଣ କରିବାକୁ ପଛାଉନାହାଁନ୍ତି ସଙ୍ଘ କର୍ମକର୍ତ୍ତା। ନିରୀହ ଗ୍ରାମବାସୀମାନଙ୍କୁ ଢାଲ କରି ଆରମ୍ଭ କରି ଦେଉଛନ୍ତି ଫନ୍ଦି ଆନ୍ଦୋଳନ | ଏମିତି କିଛି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଉପକଣ୍ଠ ଦୁର୍ଗାପୁର ଓ ଛତ୍ରମା ମୌଜାରେ ଗଢି ଉଠୁଥିବା ଏକ ନୁଆ ମେଘା କ୍ରସର୍ କୁ ନେଇ । ସ୍ଥାନୀୟ ଅଞ୍ଚଳର ସୁଧାଂଶୁ ଶେଖର ସାହୁଙ୍କ ଏକ ନୂଆ ମେଗା କ୍ରସର୍ ୟୁନିଟକୁ ନେଇ ଦେଖା ଦେଇଛି ବାଦ ଓ ବିବାଦ। ସୁଧାଂଶୁ କରୁଥିବା ଏହି ମେଗା କ୍ରସର ଗଢ଼ି ଉଠିଲେ ପ୍ରଦୂଷଣ ମୟ ହୋଇ ଉଠିବ ସମଗ୍ର ଅଞ୍ଚଳ । ଶହ ଶହ ଶ୍ରମିକଙ୍କ ଜୀବନ ଜୀବିକା ଉପରେ କୁ ପ୍ରଭାବ ପକାଇବ ଏହି ମେଗା କ୍ରସର ।ଏ ନେଇ କିଛି ଦିନ ତଳେ ଜିଲାପାଳଙ୍କୁ ଭେଟି ଅଭିଯୋଗ ଆଣିଥିବା ବେଳେ ଏମିତି କିଛି ଅଭିଯୋଗ ଆଣଛନ୍ତି ଆଞ୍ଚଳିକ କ୍ରସର ସଙ୍ଘର ସମ୍ପାଦକଙ୍କ ସମେତ କାର୍ଯ୍ୟକାରୀ ସଭାପତି ଏବଂ ଉପ-ସଭାପତି । ଆଉ ସାଙ୍ଗରେ ସ୍ଥାନୀୟ ଗ୍ରାମବାସୀଙ୍କୁ ଧରି ରାସ୍ତାକୁ ଓହ୍ଲାଇଛନ୍ତି ସୁଧାଂଶୁଙ୍କ ନୂଆ ମେଗା କ୍ରସର୍ ୟୁନିଟକୁ ବନ୍ଦ କରିବା ପାଇଁ ।

ତେବେ ସମସ୍ତ ସରକାରୀ ନିୟମକୁ ପାଳନ କରି ନିଜସ୍ଵ ଜମି ଉପରେ ମେଗା କ୍ରସର୍ ୟୁନିଟ ସ୍ଥାପନ କରିବାକୁ ଯାଉଥିବା ବେଳେ ସୁଧାଂଶୁ ଏବେ ସଙ୍ଘର ରାଜନୀତିର ଶିକାର ହୋଇ ଛନ୍ତି । ସୁଧାଂଶୁଙ୍କ କ୍ରସର୍ କୁ ବନ୍ଦ କରିବା ପାଇଁ ଏହା ଏକ ବଡ଼ ଷଡ଼ଯନ୍ତ୍ର ବୋଲି ଅଭିଯୋଗ ଆଣିଛନ୍ତି ସୁଧାଂଶୁଙ୍କ ସହଯୋଗୀ ହିମାଂଶୁ ଭୂଷଣ ସାହୁ ।

ଯଦି ହିମାଂଶୁଙ୍କ ଅଭିଯୋଗର କିଛି ସତ୍ୟତା ରହିଥାଏ, ତେବେ ଏହା ନିହାତି ଭାବରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିବ ଆଗାମି ଦିନ ମାନଙ୍କରେ । ତେବେ ଏହା ଉପରେ ଜିଲ୍ଲା ପ୍ରଶାସନ କି ପଦକ୍ଷେପ ନେଉଛି, ତାକୁ ହିଁ ଅପେକ୍ଷା ।