November 24, 2024

ସାବତ ପୁଅ ସାଜିଛି ରଙ୍ଗମାଟି ଗ୍ରାମ !!!

Share

ରାମନାଗୁଡା – ( ସଞ୍ଜୀବ କଣ୍ଡାଗରୀ ) ରାଜ୍ୟ ଓ କେନ୍ଦ୍ର ସରକାର ଲୋକଙ୍କ ସମସ୍ୟା କୁ ସୁଗମ କରିବା ପାଇଁ ବିଭିନ୍ନ ପ୍ରକାର ଯୋଜନା ଉପରେ ଯୋଜନା କରୁଛନ୍ତି । ନିରୀହ ଅନୁସୂଚିତ ଜାତି ଅନୁସୂଚିତ ଜନଜାତି ବର୍ଗର ଲୋକଙ୍କ ପାଇଁ ସବୁବେଳେ ଚିନ୍ତା କରି ଆସୁଛନ୍ତି ।ନିର୍ବାଚନ ଆସିଲେ ସରକାର ମଧ୍ୟ ବଦଳି ଯାଉଛି । କିନ୍ତୁ ଗ୍ରାମ ର ମାନଚିତ୍ର ବଦଳିପାରୁନାହିଁ । କଣ୍ଡାଜାମ, କାଙ୍କୁବାଡ଼ି ସଂରକ୍ଷିତ ଜଙ୍ଗଲ ଲାଗି ରଙ୍ଗମାଟି ଗ୍ରାମ ଅବସ୍ଥିତ । କେତେବେଳେ କେତେବେଳେ ସେହି ଜଙ୍ଗଲ ରେ ଜଙ୍ଗଲି ହାତୀ ର ଭୟ ରହି ଆସୁଛି ।ରଙ୍ଗମାଟି ଗାଁ ଟି ଜଙ୍ଗଲ ପାଦ ଦେଶରେ ରହିଥିବା ବେଳେ ଗାଁ ପାଖ ଦେଇ ଗୋଟିଏ ଝରଣା ବହିଯାଉଛି । ଗ୍ରାମବାସୀ ନୀତି ସେଇ ଝରଣା ଉପରେ ନିର୍ଭର କରିଆସୁଛନ୍ତି । ଗ୍ରାମ ଟି ଜଙ୍ଗଲ ର ପାଦ ଦେଶରେ ଥିବାବେଳେ ଝରଣା ବହୁତ ଖାଲ ରେ ଅଛି । ଗ୍ରାମର ସମସ୍ତ ବୃଦ୍ଧ ବନିତା ସେଇ ଝରଣା କୁ ଯାଇ ନିଜର ନିତ୍ୟକର୍ମ ସାରି ଆସୁଛନ୍ତି । କିନ୍ତୁ ରଗିଣା ମହିଳା ମାନଙ୍କ ପାଇଁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ବୋଲି ଗ୍ରାମବାସୀ କହିଛନ୍ତି । ଝରଣା ରେ ତଳକୁ ଓହ୍ଲେଇବା ପାଇଁ ପାହାଚ ଖଣ୍ଡେ ନାହିଁ । କେତେବେଳେ ପ୍ରସୂତୀ ମହିଳା ଙ୍କ ଗର୍ଭ ନଷ୍ଟ ହେବାର ଭୟ ରହୁଥିବା ମହିଳାମାନେ କହିଛନ୍ତି।ଝରଣା ରେ ସିମେଣ୍ଟ ପାହାଚ ଓ ସିମେଣ୍ଟ କଂକ୍ରିଟ ରାସ୍ତା କରିବାକୁ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଓ ପଞ୍ଚାୟତ ସମିତି ଦୌଡ଼ି ଦୌଡ଼ି ନାୟନ୍ତକ ହୋଇ ପଡ଼ିଚୁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ନିର୍ବାଚନ ଆସିଲେ ନା ନା ପ୍ରତିଶ୍ରୁତି ଦେଇଛନ୍ତି ରାଜନେତା ମାନେ କିନ୍ତୁ ବିଜୟ ହାସଲ ପରେ କୋଉ ରାଜନେତା ଙ୍କ ଦେଖା ମିଳିପାରିନାହିଁ ବୋଲି କହିଛନ୍ତି।ଏହି ସମସ୍ୟା ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ଭାସ୍କର କାଡ୍ରାକା ଓ ପଞ୍ଚାୟତ ସମିତି ରାମନାଗୁଡା ଗୋଷ୍ଟି ଉନ୍ନୟନ ଅଧିକାରୀ ଙ୍କୁ ଯୋଗାଯୋଗ କରିବାରୁ ଅଧିକାରୀ ଙ୍କ ସହ ଯୋଗାଯୋଗ ହୋଇ ପାରିନଥିଲା ।

ରିପୋର୍ଟ : ସଞ୍ଜୀବ କଣ୍ଡାଗରୀ