ଶ୍ରୀପର୍ଣ୍ଣା ପ୍ରକାଶନୀ, ପୁରୀ ଆନୁକୂଲ୍ୟରେ ଏକ ମନୋଜ୍ଞ ସାରସ୍ୱତ ସମାବେଶର ଆୟୋଜନ କରାଯାଇଥିଲା ..
ଏହି କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ବlଳନକରି ଶୁଭ ଉଦଘାଟନ କରିଥିଲେ ପ୍ରଫେସର କ୍ଷୀରୋଦ ରାୟ ମହାପାତ୍ର ଓ ସଭା ପରିଚାଳନା କରିଥିଲେ କବୀ ମଞ୍ଜୁଶ୍ରୀ ମିଶ୍ର l କବି ପ୍ରଫେସର ଡ଼କ୍ଟର ଚିତ୍ତରଞ୍ଜନ ମିଶ୍ର କୃଷ୍ଣ ଚନ୍ଦ୍ର ରଥ ଙ୍କ ପ୍ରକାଶିତ କବିତା ବହି “ତୁମେ ଚିର ଚିତ୍ରମୟ ” ଓ କବୀ ହରପ୍ରିୟା ସାହୁଙ୍କ କବିତା ପୁସ୍ତକ “ନଗ୍ନ ନୀରବତା ” ଆଉ ” ବିସ୍ମୟ ବରଣ କାଳେ”କୁ ସମୀକ୍ଷା କରିଥିଲେ, ପ୍ରଫେସର କ୍ଷୀରୋଦ ରାୟ ମହାପାତ୍ର ସମକାଳୀନ
ସାହିତ୍ୟର ବିଷଦ ଆଲୋଚନା କରି ଉପସ୍ଥିତ କବିତା ପ୍ରେମୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ lପ୍ରକାଶିତ କବିତା ବହି ର ରଚୟିତା ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ରଥ ଏବଂ ହରପ୍ରିୟା ସାହୁ ନିଜସ୍ୱ କବିତାପୁସ୍ତକ ରୁ
କିଛି କବିତା ପାଠକରି ମନ ମୋହିଥିଲେ l କବୀ ସୁଜାତା ସିହ୍ନା ଓ କବୀ ସୁଦୀପ୍ତା ମିଶ୍ର ସଂଯୋଜିତ କବିତା ପାଠକୁ ସଂଯୋଜନା କରିଥିଲେ l କବିତା ପାଠ କୁ ପରିଚାଳନା କରିଥିଲେ କବୀ କ୍ରିଷ୍ଣା ମହାପାତ୍ର ଓ ସଭାପତିତ୍ୱ କରିଥିଲେ ବରିଷ୍ଠ କବୀ ପ୍ରତିମା ମିଶ୍ର ମହୋଦୟା l
ଏହି କବିତା ଆସରରେ କବି ସର୍ବଶ୍ରୀ ଶ୍ରୀଯୁକ୍ତ କମଳ ଦାଶ,ସଦାଶିବ ମିଶ୍ର, ନନ୍ନି ଗୋପାଳ ମାନ୍ନା, କଲ୍ୟାଣୀ ମାନ୍ନା, ରମେଶ ଚନ୍ଦ୍ର ଦାଶ, ପର୍ଶୁରାମ ପାତ୍ର, ପ୍ରମୋଦ କୁମାର ଆଚାର୍ଯ୍ୟ, କମଳିନୀ ପାଣିଗ୍ରାହୀ, ସର୍ବେଶ୍ୱର ସାହୁ,ଶାନ୍ତିଲତା ମହାପାତ୍ର, ଦାମୋଦର ପରିଡା, ସୁଶାନ୍ତ କୁମାର ଜେନା, ଦେବସ୍ମିତା ପ୍ରଧାନ, ପବିତ୍ର ମୋହନ ଦାଶ, ମlନମାୟୀ ରଥ, ମହେଶ୍ୱର ଜେନା, ପ୍ରିୟ ପ୍ରସାଦ ମିଶ୍ର,କବିତା ମିଶ୍ର, ବିଜୟଲକ୍ଷ୍ମୀ ମିଶ୍ର, ସୁରେଶ ପଟ୍ଟନାୟକ, ପ୍ରଶାନ୍ତ କୁମାର ତ୍ରିପାଠୀ, ମୀରା ମହାନ୍ତି, ଅଶୋକ କୁମାର ମିଶ୍ର, ସଞ୍ଜୟ କୁମାର ବରାଳ, ରୂପଶ୍ରୀ ମିଶ୍ର, ପ୍ରଫେସର ଶୁକଦେବ ମହାନ୍ତି,ଅର୍ଜୁନ ସାମନ୍ତରା,ବାଳକୃଷ୍ଣ ବେହେରା ସୂର୍ଯ୍ୟନାରାୟଣ ପଣ୍ଡା, ସୁବ୍ରତ ଜେନା, ସ୍ଵର୍ଣ୍ଣଲତା ତ୍ରିପାଠୀ, ଚିତ୍ତରଞ୍ଜନ ବିଶ୍ୱାଳ ପ୍ରଭୃତି କବିତା ପାଠ କରିଥିଲେ l
ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ କବି ରମେଶ ଚନ୍ଦ୍ର ଦାଶ ମହୋଦୟ l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l