November 24, 2024
Share

 

ଗୁଣୁପୁର,-(ସୁରେନ୍ଦ୍ର ମହାନ୍ତି )ଶୀତ ଆସିଲେ ଚଳଚଞ୍ଚଳ ହୁଏ ଏହି ସ୍ଥାନ । କାହିଁ କେତେ ଦୂରରୁ ପିକନିକ କରିବା ପାଇଁ ଅନେକ ପର୍ଯ୍ୟଟକ ଧାଇଁ ଆସନ୍ତି ଚୈତନ୍ୟ ପୁର । ଏ ହେଉଛି ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ୍ ଚୈତନ୍ୟ ପୁର ପିକନିକ ସ୍ପଟ । ପବିତ୍ର ମହେନ୍ଦ୍ର ତନୟା ନଦୀ କୁଳୁକୁଳୁ ନାଦ କରି ପଥର ଚଟାଣ ଉପରେ ପ୍ରବାହିତ ହେଉଛି । ସ୍ୱଚ୍ଛ ଓ ସୁନିର୍ମଳ ଜଳ, ସୁନ୍ଦର ପଥର ଚଟାଣ,ଚତୁପାର୍ଶ୍ୱ ରେ ଅତି ସୁନ୍ଦର ପ୍ରାକୃତିକ ସୌନ୍ଦର୍ଯ୍ୟ ଘେରି ରହିଛି । ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବା ସହ ପିକନିକ ର ମଜା ନେବାପାଇଁ ଏଠାକୁ ଅନେକ ଜନସାଧାରଣ ଆସନ୍ତି ।

ଏତେ ସବୁ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରପୁର ହୋଇ ରହିଥିବା ବେଳେ ଏଠାରେ କିନ୍ତୁ ବିକାଶ ହୋଇ ପାରିନାହିଁ । ଏହି ସ୍ଥାନ ଅଛି ବୋଲି ଗୋଟେ ଫଳକ, କିମ୍ବା ବସା ଉଠା ପାଇଁ ବ୍ୟବସ୍ଥା କିଛି ବି ଗ୍ରହଣ କରାଯାଇ ନାହିଁ । ଏଠାରେ ପହଁଚିବା ପାଇଁ ଭଲ ରାସ୍ତା ଟିଏ ବି ନାହିଁ । ଆଲୋକୀକରଣ ବ୍ୟବସ୍ଥା ନ ଥିବା ରୁ ସଞ୍ଜ ନଇଁଲେ ଫେରି ଯାଆନ୍ତି ଲୋକେ । ତେଣୁ ଏଭଳି ଆନୁଷଙ୍ଗିକ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି ପର୍ଯ୍ୟଟକ । ତେବେ ଏ ଅଞ୍ଚଳର ଯଦି ବିକାଶ ହୋଇ ପାରନ୍ତା ତେବେ ଅନେକ ପର୍ଯ୍ୟଟକ ଏଠାକୁ ଆସି ପାରନ୍ତେ ।