November 24, 2024

ଚିନ୍ନଟ ହୋଇ ପାରୁନି ଗୋଚର ଜମି 

Share

 

କୋଲନରା :- ରାଜ୍ୟ ସରକାର ରାଜସ୍ୱ ଜମି କୁ ଚିନ୍ମଟ କରି ନିଜ ଦଖଲରେ ରଖିବାକୁ ଡିଣ୍ଡିମ ପିଟୁଥିବା ବେଳେ ରାୟଗଡ଼ା ଜିଲ୍ଲା ରେ ଦିନକୁ ଦିନ ଜମି କେଲେଙ୍କାରୀ ବ୍ୟାପିବାରେ ଲାଗିଛି । ସରକାର ଙ୍କ ତରଫରୁ ନିରୀହ ଲୋକଙ୍କ ପାଇଁ ଜମି ଯୋଗାଇ ଦେବା ପାଇଁ ବ୍ୟବସ୍ଥା ଥିବା ବେଳେ ଲୋକମାନେ ଜମି ଖଣ୍ଡିକ ପାଇ ପାରୁ ନାହାଁନ୍ତି । ଏହିଭଳି ଅନେକ ସମୟରେ ସରକାରୀ ଜମି ଉପରେ ରାଜସ୍ବ ବିଭାଗ ଜମି ଛିନ୍ନଟ କରି ସରକାରୀ ଜମି ଫୋଳକ ଲଗେଇବା କଥା କିନ୍ତୁ ରାୟଗଡ଼ା ଜିଲ୍ଲା ପ୍ରଶାସନ ନିରବ ରହିବା କାରଣ କଣ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଜମି ମାଫିଆ ମାନଙ୍କ ରାଜୁତି ଚାଲିଥିବା ବେଳେ ଗୋଚର ଜମି କୁ ମଧ୍ୟ ନିଜ କବଜାରେ ରଖିଥିବା ଦେଖିବାକୁ ମିଳିଛି। ଫୋଳ ଚାଷ ବାସ ସମୟରେ ଗାଈ ଗୋରୁ ଚୋରେଇବା ପାଇଁ ଜାଗା ନଥିବା ଯୋଗୁଁ ଅଳିଆ ଗଦାରେ ଗାଈଗୋରୁ ଚରୁଥିବା ଦେଖିବାକୁ ମିଳିଛି ।ଗୃହପାଳିତ ପଶୁ ସଂପଦ ବହୁତ ଅସୁବିଧାର ସମ୍ମୁଖୀନ ର ସାମ୍ନା କରୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ।ଗୋଚର ଜମି ଚିନ୍ନଟ କରିବା ପାଇଁ ପୂର୍ବତନ ଜିଲ୍ଲା ପାଳ ସ୍ୱଦାଦେବ ସିଂ ଙ୍କୁ ଅଞ୍ଚଳ ବାସୀ ଗୋଚର ଜମି ଚିନ୍ନଟ କରିବାକୁ ଅଭିଯୋଗ କରିଆସିଥିବା କହିଛନ୍ତି । ଅଭିଯୋଗ ପରେ ଅଭିଯୋଗ ହୋଇ ଜିଲ୍ଲାପାଳ ବଦଳି ହୋଇଯାଇ ପୁଣି ଆଉ ଏକ ନୁଆଁ ଜିଲ୍ଲାପାଳ ଆସିଲେଣି କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ପ୍ରକାର ର ସମାଧାନ ହୋଇ ପାରୁନାହିଁ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।ଜିଲ୍ଲା ପ୍ରଶାସନ କାହାର ଛାତ୍ର ଛାୟା ତଳେ ରହି ଗୋଚର ଜମି ଚିନ୍ନଟ କରୁନାହାନ୍ତି କି ବୋଲି ବୁଦ୍ଧି ଜୀବୀ ମହଲରେ ତୀବ୍ର ନିନ୍ଦା କରିଛନ୍ତି ।କୋଲନରା ତହସିଲ କାର୍ଯ୍ୟାଳୟ ତରଫରୁ ତୁରନ୍ତ ଜମି ଚିନ୍ନଟ ହେବା ନେଇ ସାଧାରଣରେ ଦାବି ହୋଉଛି ।

ରିପୋର୍ଟ : ସଞ୍ଜୀବ କଣ୍ଡାଗରୀ