November 24, 2024

ମା’ ରାମଚଣ୍ଡୀ ପୀଠରେ ସ୍ୱଚ୍ଛ ଭାରତ ଅଭିଯାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ..

Share

 

 

ଗଞ୍ଜାମ : ପ୍ରଦୀପ କୁମାର ପଣ୍ଡା

 

ଗଞ୍ଜାମ ବ୍ଲକ ଅନ୍ତର୍ଗତକରପଡ଼ା ପଞ୍ଚାୟତ ନିଳାଦ୍ରୀପୁର ଗ୍ରାମ ନିକଟରେ ଥିବା ମା’ ରାମଚଣ୍ଡୀ ଶକ୍ତିପୀଠରେ ଶୀତ ଋତୁରେ ହଜାର ହଜାର ଶ୍ରଦ୍ଧାଳୁଙ୍କର ଆଗମନକୁ ନଜରରେ ରଖି ସ୍ଵଛ ଭାରତ ଅଭିଯାନ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ପୂଜା କମିଟି ଉପଦେଷ୍ଟା ତଥା ଛତ୍ରପୁର ଏସଡ଼ିଜେଏମ୍ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର ଓ ତ୍ରିପତି ବାଲାଜୀ ମିଶ୍ରଙ୍କ ନେତୃତ୍ୱରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ସ୍ବେଚ୍ଛାସେବୀ, ଓଏସଏପି ୮ମ ବଟାଲୀୟନର ଅଧିକାରୀ, କର୍ମଚାରୀ, ଛତ୍ରପୁର ଓକିଲ ସଂଘର ସଦସ୍ୟ, ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟର ଏନ.ସି.ସି. ଛାତ୍ରଛାତ୍ରୀମାନଙ୍କ ସହଯୋଗରେ ଏକ ସଫେଇ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ କରାଯାଇଥିଲା l

 

ଏହି ଅବସରରେ ନୂତନ ଭାବେ ଅବସ୍ଥାପିତ ପୁରୁଷୋତ୍ତମପୁର ତହସିଲଦାର ବିନୋଦ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ମନ୍ଦିର ଟ୍ରଷ୍ଟ କୋଷାଧକ୍ଷ ଲଷ୍ମୀନୃସିଂହ ପଣ୍ଡା, ପରିଚାଳନା କମିଟି ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା, ସଂଯୋଜକ କମଳ ପଣ୍ଡା, ସମ୍ବାଦିକ କେ. ସତ୍ୟନାରାୟଣ ରେଡି , ପୂଜା କମିଟିର ସଭାପତି ତଥା ସ୍ଥାନୀୟ ସରପଞ୍ଚ ଅଜୟ ନାୟକ, ସମ୍ପାଦକ କୃଷ୍ଣଚନ୍ଦ୍ର ନାୟକ, ବଂଶୀଧର ନାୟକ, ଶଙ୍କର ଚର୍ତ୍ତୀ, କୁଞ୍ଜ ନାୟକ, ନାରାୟଣ ଚର୍ତ୍ତୀ, ଓକିଲ ଲସିତ ବେହେରା, ଚୈତନ୍ୟ ପ୍ରଧାନ, ସମାଜସେବୀ ମନୋଜ ମିଶ୍ର, ମାଧବ ସାସମଲ, ଏସ. ରବି, ସନ୍ତୋଷ ରେଡ୍ଡୀ, ନାରାୟଣ ସାହୁ, ଟୁଟୁ ନାୟକ, ରାମଚନ୍ଦ୍ର ପୋଇ, ସନ୍ତୋଷ ପଣ୍ଡା, ସୁଧୀର ମହାରଣା, ଦୀପକ ଦାଶ, ଦଣ୍ଡ ମହାରଣା, ବରୁଣ ଚୌଧୁରୀ, ରୁଦ୍ର ମିଶ୍ର, ବିଶ୍ୱଜିତ ସାହୁ, ଗୋପାଳ ନାୟକ, ଉପେନ୍ଦ୍ର ବେହେରା, ଜଗନ୍ନାଥ ନାୟକ, ସନ୍ତୋଷ ନାୟକ, ମକୁନ୍ଦ ନାୟକ, ରାମକୃଷ୍ଣ ନାୟକ ପ୍ରମୁଖ ସଦସ୍ୟ ଯୋଗ ଦେଇ ସାହାଯ୍ୟର ହାଥ ବଢ଼ାଇ ମନ୍ଦିରର ପୁରାତନ ଐତିହାସିକ ରାମ କୁଣ୍ଡକୁ ପରିଷ୍କାର କରିବା ସହ ତାର ପୁନରୁଦ୍ଧାର କରିଥିଲେ। ଏହି କାର୍ଯ୍ୟକ୍ରମ ସକାଳ ୭ଘଟିକାରୁ ଆରମ୍ଭ ହୋଇ ଦିବା ୧୦ଘଟିକା ପର୍ଯ୍ୟନ୍ତ 3ଘଣ୍ଟା ଧରି ଶ୍ରମଦାନ କରାଯାଇଥିଲା । ସର୍ବଶେଷରେ ମନ୍ଦିର ସଂଯୋଜକ କମଳ ପଣ୍ଡା ଓଏସଏପି ଅଷ୍ଟମ ବଟାଲୀୟନର କମାଣ୍ଡାଣ୍ଟ ଶାରଦା ପ୍ରସାଦ ଦାଶ, ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟ ଏନ.ସି.ସି. ଅଧିକାରି ଲେପଟନାଣ୍ଟ ମନୋରଞ୍ଜନ ମହାରଣା ଓ ଓକିଲ ସଂଘର ଉପସଭାପତି ଚୈତନ୍ୟ ପ୍ରଧାନଙ୍କୁ ଏହି ସ୍ୱଚ୍ଛତା କାର୍ଯ୍ୟରେ ଉପସ୍ଥିତ ରହି ସହଯୋଗର ହାଥ ବଢାଇବା ପାଇଁ ଧନ୍ୟବାଦ ଦେବା ସହ ସମସ୍ତ ସ୍ବେଚ୍ଛାସେବୀଙ୍କୁ ଆଗାମୀ କାର୍ଯ୍ୟକ୍ରମରେ ଏହିପରି ସହାୟତାର ହାତ ବଢାଇବାକୁ ଅନୁରୋଧ କରିଥିଲେ।