October 5, 2024

ସରକାରି ତାଲିମ କେନ୍ଦ୍ର ରେ ସମ୍ମନୀତ ଯୁବ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ

Share

ସରକାରି ତାଲିମ କେନ୍ଦ୍ର ରେ ସମ୍ମନୀତ ଯୁବ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ

ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ

ଉମରକୋଟ – ନବରଙ୍ଗପୁର ଜିଲ୍ଲା ଉମରକୋଟ ସରକାରି ତାଲିମ କେନ୍ଦ୍ର ଠାରେ ଯୁବ ଓଡ଼ିଶା ନବିନ ଓଡ଼ିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ସମ୍ମନୀତ ଯୁବ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇ ଯାଇଛି। ଏହି ଅବସରରେ ପ୍ଲାଷ୍ଟିକ ମୁକ୍ତ ସମାଜ ପାଇଁ ଅନୁଷ୍ଠାନ ତରଫରୁ ଏକ ପ୍ରଚାର ରଥ ସହର ପରିକ୍ରମା କରିଥିଲା। ଏହି ପ୍ରଚାର ରଥକୁ ଅଧକ୍ଷ ଦୀପକ ସରକାର ଶୁଭାରମ୍ଭ କରିଥିଲେ। ପରେ ରଥ ଅନୁଷ୍ଠାନରୁ ବାହାରି ପେଣ୍ଡରାଣି ମନ୍ଦିର ନିକଟକୁ ଯାଇଥିଲା। ଉମରକୋଟ ସହରର ମୁଖ୍ୟ ରାସ୍ତାରେ ଯେତେ ପ୍ଲାଷ୍ଟିକ ଆବର୍ଜନା ପଡିଥିଲା ତାକୁ ସଂଗ୍ରହ କରି ଗୋଟିଏ ଜାଗାରେ ଠୁଳ କରାଯାଇଥିଲା। ପ୍ରତି କିରାନା ଦୋକାନ, ବ୍ୟବସାୟୀ, ଜନସାଧାରଣ ଙ୍କୁ ପଲିଥିନ ପ୍ଲାଷ୍ଟିକ ବ୍ୟବହୃତ ସାମଗ୍ରୀ ବ୍ୟବହାର ନକରିବା ପାଇଁ ସଚେତନ କରାଯାଉଥିଲା। ଏହି ପରିପ୍ରେକ୍ଷୀରେ ଅନୁଷ୍ଠାନର ବରିଷ୍ଠ ପ୍ରଶିକ୍ଷକ ସୈାରଭ ମିଶ୍ର ପେଣ୍ଡରାଣି ମନ୍ଦିର ନିକଟରେ ଏକ ପଥପ୍ରାନ୍ତ ସଭା ମାଧ୍ୟମରେ ଲୋକ ଙ୍କୁ ପ୍ଲାଷ୍ଟିକ ବ୍ୟବହାର ଦ୍ବାରା କିପରି ପରିବେଶ ଦୂଷିତ ହୁଏ ସେହି ବିଷୟରେ ବୁଝାଇଥିଲେ। ପରବର୍ତ୍ତୀ ସମୟରେ ପଣ୍ଡରାଣି ମନ୍ଦିର ପ୍ରାଙ୍ଗଣ ମଧ୍ୟରେ ଥିବା ଅଳିଆ ସଫା କରାଯାଇ ପଲିଥିନ ଏବଂ ପ୍ଲାଷ୍ଟିକ ମୁକ୍ତ କରାଯାଇଥିଲା। ଏଥିରେ ସମସ୍ତ ଛାତ୍ରୀ ଛାତ୍ର ଟ୍ରେନିଂ ଅଫିସର ପିକେ ବରମନ, ସୈାରଭ ମିଶ୍ର, ପ୍ରଦେଶ ମହାପାତ୍ର, ସଂଯୁକ୍ତା ଡାକୁଆ,ବାଲାଜୀ ବେହେରା, ତ୍ରିଲୋଚନ ପାଲ,ସୁରାଇ ସାମନ୍ତ ସିଙ୍ଗାର ପ୍ରମୁଖ ଉପସ୍ଥିତ ଥିଲେ।