March 10, 2026

ବାଇକ କୁ ଧକା ଦେଲା ହାଇବା, ତିନି ମୃତ୍ୟୁ

IMG-20250924-WA0082
Share

ସାନଖେମୁଣ୍ଡି ୨୪/୦୯/୨୫ :- ବାଇକ କୁ ଧକା ଦେଲା ହାଇବା, ଘଟଣା ସ୍ଥଳରେ ତିନି ଜଣଙ୍କ ମୃତ୍ୟୁ। ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ନିକଟରେ। ଦିଗପହଣ୍ଡି ର ତିନି ଯୁବକ ନିଜର ପାଟପୁର ରୁ ନିଜ ଘରକୁ ଫେରୁଥିବା ସମୟରେ ବିପରୀତ ପଟୁ ଦ୍ରୁତ ଆସୁଥିବା ହାଇବା ଯାହାର ନମ୍ବର (ଓଡି ୦୫ ୯୦୦୧) ସିଡ଼ି ୧୦୦ ବାଇକ କୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ହିଁ ତିନିଜଣ ଙ୍କ ମୃତ୍ୟୁ ହୋଇଯାଇଥିଲା। ମୃତକ ମାନେ ହେଲେ ଦିଗପହଣ୍ଡି ର ଅଶ୍ୱନୀ କୁମାର ଦୋରା, କେ ବାଳକୃଷ୍ଣ ରେଡ୍ଡୀ, କାଳିଆ ବେହେରା। ଘଟଣା ସ୍ଥଳରେ ପାଟପୁର ପୋଲିସ ପହଞ୍ଚି ତିନିଜଣଙ୍କୁ ଦିଗପହଣ୍ଡି ସ୍ୱାସ୍ଥ୍ୟ କେନ୍ଦ୍ରରେ ନେଇଥିବା ବେଳେ ଡାକ୍ତର ସେମାନଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ପରେ ଶବ ବ୍ୟବଛେଦ ପାଇଁ ବ୍ରହ୍ମପୁର ବଡ଼ ମେଡିକାଲ କୁ ପଠାଇ ଦେଇଥିବା ଦେଖିବାକୁ ମିଳିଛି।ସାନଖେମୁଣ୍ଡିରୁ ବିଜୟ କୁମାର ପ୍ରଧାନଙ୍କ ରିପୋର୍ଟ ନିଉସ ଉପାନ୍ତ ଖବର