ମା’ମହିଷାଶୁଣୀ ଠାକୁରାଣୀଙ୍କର ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ

ବୋଲଗଡ଼,୨୪/୦୯ (ଉପାନ୍ତ ଖବର): ବୋଲଗଡ଼ ବ୍ଲକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତର ତାଳତୁମ୍ବ ଗ୍ରାମରେ ଅଧିଷ୍ଠାତ୍ରୀ ଦେବୀ ମା’ ମହିଷାଶୁଣୀ ଠାକୁରାଣୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେଉଛି। ମଙ୍ଗଳବାର ୨୩ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ପ୍ରତିଷ୍ଠା ଉତ୍ସବ ୨୫ ତାରିଖ ଗୁରୁବାର ଉଦଯାପନ ହେବ। ପ୍ରଥମ ଦିବସରେ ଅଙ୍କୁରାରୋପଣ ଓ ଯଜ୍ଞାଧିବାସ ଅନୁଷ୍ଠିତ ହୋଇଥିଲା। ଗୁରୁବାର ଦ୍ୱିତୀୟ ଦିବସରେ କଳସ ଯାତ୍ରା, ସୂର୍ଯ୍ୟ ପୂଜା, ଯଜ୍ଞ କର୍ମ ଓ ମନ୍ଦିର ପ୍ରତିଷ୍ଠା ପରେ ଦେବୀଙ୍କ ବିଗ୍ରହ ପୁର୍ନପ୍ରତିଷ୍ଠା କରାଯାଇଥିଲା। ଏଥିସହ ପାର୍ଶ୍ୱ ଦେବଦେବୀ, ନବଗ୍ରହ ଆଦିଙ୍କୁ ସ୍ଥାପନା କରାଯାଇଥିଲା। ଏହି ଅବସରରେ ଗ୍ରାମର ଶ୍ରଦ୍ଧାଳୁ ପୁରୁଷ ଏବଂ ମହିଳା ସ୍ଥାନୀୟ ଗୋଡିପୋଖରିରୁ ଘଟୋତଳନ କରି ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିବାର ପରେ ଯଜ୍ଞକୁଣ୍ଡ ନିକଟରେ ସ୍ଥାପନ କରାଯାଇଥିଲା। ବୁଧବାର ଦ୍ୱିତୀୟ ଦିବସରେ ସୂର୍ଯ୍ୟ ପୂଜା, ଯଜ୍ଞକର୍ମ ଏବଂ ଉପଚାର ପୂଜା ଅନୁଷ୍ଠିତ ହୋଇଯାଇଛି। ଗୁରୁବାର ଦିନ ସପ୍ତଶତୀ ଚଣ୍ଡୀ ପାଠ ଓ ପୂର୍ଣ୍ଣାହୁତି ସହ ମନ୍ଦିର ପ୍ରତିଷ୍ଠା ଉତ୍ସବ ବେଦାନ୍ତତୀ ପୁରୋହିତଙ୍କଦ୍ୱାରା ବେଦୋକ୍ତ ଧର୍ମିୟପ୍ରଥାଅନୁସାରେ ଉଦଯାପିତ ହେବ। କର୍ତ୍ତା କର୍ତ୍ତୀ ଭାବେ ମୀନ ମହାପାତ୍ର, ଜାନକୀ ମହାପାତ୍ର କାର୍ଯ୍ୟ ତୁଲାଉ ଛନ୍ତି। ଏହି ଆଧ୍ୟାତ୍ମିକ କାର୍ଯ୍ୟ କ୍ରମ ରେ ଅନନ୍ତାପଲ୍ଲୀ,ତାଳତୁମ୍ବ ଓ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଭକ୍ତ ମାନେ ଯୋଗ ଦେଇ ମା’ଙ୍କ ଆଶୀର୍ବାଦ ଲାଭକରୁଛନ୍ତି ।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।
