କାଇପଦର ମହାବିଦ୍ୟାଳୟ ପରିସରରେ ରକ୍ତଦାନ ଶିବିର

ଖୋର୍ଦ୍ଧା-(ପ୍ରିୟଙ୍କା ମହାପାତ୍ର)ଆଜି ଦିବା ୧୦ ଘଣ୍ଟିକା ସମୟରେ ଭିଏଲଇ ୟୁନିଅନ ଓଡ଼ିଶା ଓ ଖୋର୍ଦ୍ଧା ଜିଲ୍ଲାର ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ, କାଇପଦର ରେ ଏକ ମିଳିତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇ ଅଛି !! ଏହି ଶିବିରରେ ଭିଏଲଭ ୟୁନିଅନ୍ ର ରାଜ୍ୟ ସଭାପତି ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ସାମନ୍ତରାୟ, ରାଜ୍ୟ ଉପସଭାପତି ଶ୍ରୀୟକ୍ତ ଅରୁଣ କୁମାର ସିଂହ, ରାଜ୍ୟ ସାଧାରଣ ସଂପାଦକ ଶ୍ରୀଯୁକ୍ତ ମନୋରଞ୍ଜନ ଦାସ, ସହ ସଂପାଦକ ଶ୍ରୀଯୁକ୍ତ ନାରାୟଣ ଛୋଟରାୟ, କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ଶ୍ରୀଧର ମାର୍ଥା, ସଂଚାଳକ ସୋମନାଥ ନାୟକ, ମହିଳା ବିଭାଗର ନେତ୍ରୀ ସମିମା ବେଗମ ଯୋଗ ଦେବା ସଂଗେ ସଂଗେ କଲେଜର ପୂର୍ବ ତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ଦିଲ୍ଲିପ କୁମାର ଶ୍ରୀଚନ୍ଦନ ଓ କଲେଜର ସମସ୍ତ ନେତ୍ରୁ ମଣ୍ଡଳି ଯୋଗ ଦେଇଥିଲେ!! ଏହି ରକ୍ତଦାନ ଶିବିରରେ ୩୦ ୟୁନିଟ୍ ରୁ ଉର୍ଦ୍ଦ ରକ୍ତ ସଂଗ୍ରହ ହୋଇଥିଲା !!
