ପୂର୍ବତନ ବ୍ଲକ ଅଧ୍ୟକ୍ଷ ଙ୍କ ୪ର୍ଥ ଶ୍ରାଦ ଦିବସ ପାଳିତ
ଛତ୍ରପୁର ତା ୨୪/୮/୨୫(ଅରୁଣ କୁମାର ପଣ୍ଡା )ଛତ୍ରପୁର ଲକ୍ଷ୍ମଣ ଭବନ ଠାରେ ଛତ୍ରପୁର ବ୍ଲକ ର ପୂର୍ବତନ ଅଧକ୍ଷ N ଇରେସୁ ଆଚରି ଙ୍କ ୪ର୍ଥ ଶ୍ରାଦ୍ଧ ବାର୍ଷିକୀ ପାଇଁ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା
ବରିଷ୍ଠ କମ୍ୟୁନିଷ୍ଟ ନେତା S କ୍ରିଷ୍ଣା ରେଡ୍ଡୀ ଙ୍କ ସଭାପତିତ୍ୱ ରେ ପୂର୍ବତନ ବିଧାୟକ ଅଶୋକ ଚୌଧୁରୀ, କମ୍ୟୁନିଷ୍ଟ ନେତା ଆଇନଜୀବୀ D ଆଦି ନାରାୟଣ ରେଡ୍ଡୀ, ବାବୁ ନାହାକ, ଅନାମ ନାହାକ, କାଳୁ ଚରଣ ତ୍ରିପାଠୀ, ଶ୍ରମିକ ନେତା ସିକନ୍ଦର ଖାନ ପ୍ରମୁଖ ଉପସ୍ଥିତ ଥିଲେ ସଭା ପରମ୍ଭରେ କମ୍ୟୁନିଷ୍ଟ ପାର୍ଟି ସଦ୍ୟ ପରଲୋକ ଗମନ କରିଥିବା ପୂର୍ବତନ ସର୍ବ ଭାରତୀୟ ସାଧାରଣ ସମ୍ପାଦକ S. ସୁଧାକର ରେଡ୍ଡୀ ଙ୍କ ଆତ୍ମା ର ସଦଗତି ନିମନ୍ତେ ଦୁଇ ମିନଟ ନିରବ ପ୍ରାଥନା କରାଯାଇଥିଲା ଏବଂ ସମସ୍ତ ବକ୍ତା ସ୍ବର୍ଗତ ଇରେସୁ ଆଚାରୀ ଙ୍କ ଦୀର୍ଘ କର୍ମମୟ ଜୀବନ ର ସ୍ମୃତି ଚାରଣ କରିଥିଲେ।
