March 10, 2026

କୁଜଙ୍ଗ ର ବିକାଶ ନେଇ ସ୍ଥାନୀୟ ଓକିଲ ସଙ୍ଗ ପ୍ରତିନିଧି ଶିଳ୍ପ ମନ୍ତ୍ରୀ ଙ୍କୁ ସାକ୍ଷାତ କଲେ ..

IMG-20250824-WA0019
Share

 

ପାରାଦୀପ(ଦେବାଶିଷ ପାଣି)କୁଜଙ୍ଗର ବିକାଶ ଓ କୁଜଙ୍ଗ କୁ ଏନଏସି ଘୋଷଣା ଆଦି ଦାବି ନେଇ କୁଜଙ୍ଗ ଓକିଲ ସଂଘର ଏକ ପ୍ରତିନିଧି ଦଳ ମାନ୍ୟବର ଶିଳ୍ପ ମନ୍ତ୍ରୀଙ୍କୁ ସାକ୍ଷାତ ଆଲୋଚନା କରିଛନ୍ତି।ଏହି ଅବସରରେ ରାହାମା ରୁ କୁଜଙ୍ଗ ରାଜ୍ୟ ରାଜପଥ ରେ ଆଲୋକି କରଣ,କୁଜଙ୍ଗ କ୍ରୀଡ଼ା ର ବିକାଶ ପାଇଁ ଷ୍ଟାଡିୟମ୍ ନିର୍ମାଣ, କୁଜଙ୍ଗ ସହର ମଧ୍ୟରେ ଡ୍ରେନେଜ୍ ବ୍ୟବସ୍ଥାର ସ୍ଥାୟୀ ସୁଧାର, ମେଡିକାଲ ଠାରେ ଉନ୍ନତ ସ୍ବାସ୍ଥ୍ୟ ସେବା ସହ ବିଭିନ୍ନ ସ୍ଥାନୀୟ ସମସ୍ୟା ପ୍ରସଙ୍ଗ ରେ ଆଲୋଚନା କରାଯାଇ ତୁରନ୍ତ କାର୍ଯ୍ୟକ୍ଷମ ହେବା ଲାଗି ମାନ୍ୟବର ମନ୍ତ୍ରୀ ସମ୍ପଦ ସ୍ୱାଇଁ ଙ୍କଆଲୋଚନା କରିଥିଲେ। ମନ୍ତ୍ରୀ ଶ୍ରୀ ସ୍ୱାଇଁ ସମସ୍ତ ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ପ୍ରତିଶୃତି ଦେଇ ଥିବା ସୁଚନା ମିଳିଛି।

କୁଜଙ୍ଗ ଓକିଲ ସଙ୍ଘ ସଭାପତି ଏଏନଡି ଯାଦବ ଙ୍କ ପୌରହିତ୍ୟରେ ସମ୍ପାଦକ ବ୍ରଜ କିଶୋର ରାଉତ,ସତ୍ୟାନନ୍ଦ ବିଶ୍ବାଳ,ନୃସିଂହ ପ୍ରଧାନ,ଭାରତ ଭୂଷଣ ଦାସ ଓ ରଶ୍ମୀ ରଞ୍ଜନ ସାମନ୍ତରାୟ ପ୍ରୁମୁଖ ଉପସ୍ଥିତ ଥିଲେ।ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଅତି ଶୀଘ୍ର ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି।