ବୁଗୁଡ଼ା କୋର୍ଟର ୧୬ତମ ପ୍ରତିଷ୍ଠା ଦିବସ ପାଳିତ

ବୁଗୁଡ଼ା : ୨୪/୦୭/୨୫ : ସ୍ଥାନୀୟ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତର ୧୬ତମ ପ୍ରତିଷ୍ଠା ଦିବସ ପାଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ବୁଗୁଡା ଓକିଲ ସଂଘ ସଭାପତି ଅମର କୁମାର ପଟ୍ଟନାୟକଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବିଚାରପତି ସୁଧାଶ୍ରୀ ସୁରଝାଲିଆ ଯୋଗ ଦେଇ ଏହି ଅଦାଲତ ପ୍ରତିଷ୍ଠା ଦ୍ବାରା ଅଞ୍ଚଳବାସୀ ନ୍ଯାୟିକ ପ୍ରକ୍ରିୟା କ୍ଷେତ୍ରରେ ଉପକୃତ ହୋଇପାରିଥିବା ନେଇ ଆଲୋକପାତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସଂଘ ସମ୍ପାଦକ ସିମାଞ୍ଚଳ ନନ୍ଦ, ଅଧିବକ୍ତା ରବିନ୍ଦ୍ର କୁମାର ପଣ୍ଡା, ଦେବୀ ନିବେଦିତା ଚୋଧୁରୀ, ଟି.ସୁଦର୍ଶନ ପାତ୍ର, କେ.ତ୍ରିଲୋଚନ ଦୋରା, ଦୁର୍ଗା ମାଧବ ପଣ୍ଡା, ମାନସ ରଞ୍ଜନ ଦାଶ, ସତ୍ଯ ନାରାୟଣ ମିଶ୍ର, ପ୍ରକାଶ ଚନ୍ଦ୍ର ଭୂୟାଁ, ପ୍ରଭାତ କୁମାର ଜେନା, ସୁଜିତ କୁମାର ସ୍ବାଇଁଙ୍କ ସମେତ ଅନ୍ୟାନ୍ୟ ଓକିଲମାନେ ଉପସ୍ଥିତ ରହିଥିଲେ। ବରିଷ୍ଠ ଅଧିବକ୍ତା ହର ପ୍ରସାଦ ଦାଶଙ୍କ ସଂଯୋଜନାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମର ପରିଶେଷରେ ଓକିଲ ସଂଗ୍ରାମ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।
