March 8, 2026

ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ସଦର ମହକୁମା ଗୁମ୍ମା ଠାରେ ଗୋ-ହତ୍ୟା ପାଇଁ ବୁଲା ଷଣ୍ଢକୁ ମରଣାତ୍ମକ ଆକ୍ରମଣ

IMG-20250724-WA0049
Share

 

 

 

ପାରଳାଖେମୁଣ୍ଡି:୨୪/୭(ଗରୁଡ ଧ୍ୱଜ ଚୌଧୁରୀ)ଗଜପତି ଜିଲ୍ଲାର ଗୁମ୍ମା ବ୍ଲକରେ ଗୋହତ୍ୟା କରିବା ଉଦ୍ଦେଶ୍ୟରେ ବୁଲା ଷଣ୍ଡକୁ ଅତ୍ୟନ୍ତ ଅମାନୁଷିକ ଭାବେ ମରଣାତ୍ମକ ଆକ୍ରମଣ କରାଯାଇଛି. ଏନେଇ ସମ୍ପୃକ୍ତ ଅଞ୍ଚଳରେ ଜନ ଅସନ୍ତୋଷ ଦେଖା ଦେବା ସହ ଏଭଳି ଆକ୍ରମଣ କରିଥିବା ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯାନୁଷ୍ଠାନ ଗ୍ରହଣ କରାଯିବା ପାଇଁ ଦାବି ହୋଇଛି. ସୂଚନାମୁତାବକ ଗଜପତି ଜିଲ୍ଲା ସେରଙ୍ଗ ଥାନା ଅନ୍ତର୍ଗତ ଗୁମ୍ମା ସଦର ମହକୁମା ପାଇକ ସାହି, ଖ୍ରୀଷ୍ଟିୟାନ ସାହି, ହାଟ ପଦା ଛକ ବଜାରରେ ଅନେକ ବର୍ଷ ଧରି ଏକ ବୁଲା ଷଣ୍ଢ ବୁଲୁଥାଏ।କିନ୍ତୁ କିଛି ଦିନ ତଳେ କିଛି ଦୃବୃତ ମରଣାତ୍ମକ ଅସ୍ତ୍ରଶସ୍ତ୍ର ସାହାଯ୍ୟରେ ଉକ୍ତ ଷଣ୍ଢକୁ ଆକ୍ରମଣ କରି ହତ୍ୟା କରିବାକୁ ଉଦ୍ୟମ କରୁଥିବା ବେଳେ ଷଣ୍ଢଟି କୌଶଳକ୍ରମେ ଖସି ଯାଇଛି. ବର୍ତ୍ତମାନ ଏହି ଷଣ୍ଢଟି ଗୁରୁତର ଭାବେ ଆହତ ହୋଇପଡିଛି. ଷଣ୍ଢର ଦେହରୁ ରକ୍ତସ୍ରାବ ହେଉଛି. ଷଣ୍ଢର ଚିକିତ୍ସା କରିବା ସହ ଷଣ୍ଢକୁ ମାରିଥିବା ଅଭିଯୁକ୍ତ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସାଧାରଣରେ ଦାବି ହେଉଛି।ପଶୁ ନିଷ୍ଠୁରତା ଆଇନ ଅନୁସାରେ ପଶୁ ନିର୍ଯାତନାକୁ ନିଷେଧ, ପଶୁମାନଙ୍କୁ ନିଷ୍ଠୁର କିମ୍ବା ଅମାନବୀୟ ଢଙ୍ଗରେ ହତ୍ୟା କରିବା ଆଇନରେ ଜରିମାନା,ଜେଲ କିମ୍ବା ଉଭୟ ଭଳି ଦଣ୍ଡ ବିଧାନ ସହିତ ବୁଲା ଗୋରୁ ମାରିବା ଉପରେ ପ୍ରତିବନ୍ଧକ ରହିଛି। ତେଣୁ ପଶୁ ନିର୍ଯାତନା ନିବାରଣ ଆଇନ ୧୯୬୦ ଅନୁଯାୟୀ ଗୋରୁଙ୍କ ସମେତ ପଶୁମାନଙ୍କ ପ୍ରତି ଅତ୍ୟାଚାର ବିରୁଦ୍ଧରେ ସ୍ଥାନୀୟ ପୋଲିସ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।