March 10, 2026

ମନ୍ଦିର ଓ ଚର୍ଚ୍ଚ ନିର୍ମାଣ ପାଇଁ ଅର୍ଥ ଯୋଗାଇ ଦେଇ ଥିବାରୁ ଆର. ଉଦୟଗିରି ବ୍ଲକ ବାସୀ ରାଜ୍ୟ ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣାଇଛନ୍ତି

IMG-20230624-WA0040
Share

ମନ୍ଦିର ଓ ଚର୍ଚ୍ଚ ନିର୍ମାଣ ପାଇଁ ଅର୍ଥ ଯୋଗାଇ ଦେଇ ଥିବାରୁ ଆର. ଉଦୟଗିରି ବ୍ଲକ ବାସୀ ରାଜ୍ୟ ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣାଇଛନ୍ତି ———-ଗଜପତି ଜିଲ୍ଲା ଆର. ଉଦୟଗିରି ବ୍ଲକ ବିଜେଡି ସଭାପତି ଭୀମ ପାଇକ, ବ୍ଲକ ଅଧକ୍ଷ ଲଷ୍ମୀ ନାରାୟଣ ଶବର ଏବଂ ଜିଲ୍ଲା ପରିଷଦ ସଭ୍ୟା ଯମୁନା ଦଳବେହେରା ପ୍ରମୁଖ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ 5-T ସଚିବ ଭି. କେ. ପାଣ୍ଡିଆନଙ୍କୁ ଅନ୍ତରର କୃତଜ୍ଞତା ଜଣାଇଛନ୍ତି।ମୁଖ୍ୟମନ୍ତ୍ରୀ ସ୍ତାନୀୟ ଗ୍ରାମର ଚର୍ଚ୍ଚ ପୁନରୁଦ୍ଧାର ନିମନ୍ତେ ୨୦ଲକ୍ଷ ଟଙ୍କା ଅନୁଦାନ ଦେବାସହ ସ୍ତାନୀୟ ଦୁଇଟି ମନ୍ଦିର ନିର୍ମାଣ ନିମନ୍ତେ ୭ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିଥିବାରୁ ଧନ୍ୟବାଦ ଦେବସହ ମୁଖ୍ୟମନ୍ତ୍ରୀ ଙ୍କ ମଙ୍ଗଳ କାମନା କରିଛନ୍ତି।ଏହା ସହ ବିଜେଡି ନେତା ଏବଂ ନିର୍ବାଚିତ ପ୍ରତିନିଧି ମାନେ ଉପସ୍ଥିତ ରହି ଉପରୋକ୍ତ କାର୍ଯ୍ୟ ଗୁଡିକ ଶୁଭ ଦେଇ ଆରମ୍ଭ କରିଥିବା ଦେଖିବାକୁ ମିଳିଛି।ଏହା ସହ ସମସ୍ତ ଅଞ୍ଚଳ ବାସୀ ମୁଖ୍ୟମନ୍ତ୍ରୀ ଓ ସଚିବଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।