March 12, 2026

ପାରଳାଖେମୁଣ୍ଡି ସ୍ଥିତ ଗୁଣ୍ଡିଚା ମନ୍ଦିରରେ ନୃସିଂହ ଓ ବରାହ ଅବତାରରେ ଦର୍ଶନ ଦେଲେ ଠାକୁର

IMG-20230624-WA0020
Share

ପାରଳାଖେମୁଣ୍ଡି ସ୍ଥିତ ଗୁଣ୍ଡିଚା ମନ୍ଦିରରେ ନୃସିଂହ ଓ ବରାହ ଅବତାରରେ ଦର୍ଶନ ଦେଲେ ଠାକୁର

ପାରଳାଖେମୁଣ୍ଡି:୨୪/୬(ଗରୁଡ଼ ଧ୍ଵଜ ଚୌଧୁରୀ) ଆଜି ପବିତ୍ର ହରାପଞ୍ଚମୀ ଅବସରରେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଗୁଣ୍ଡିଚା ବାଡ଼ି ଠାରେ ପ୍ରଭୁ ଶ୍ରୀ ବଳଭଦ୍ର ଓ ଶ୍ରୀ ଜଗନ୍ନାଥ ବରାହ ଓ ନୃସିଂହ ଅବତାରରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି।ଠାକୁରଙ୍କ ଏହି ଅବତାର ଦେଖିବା ପାଇଁ ଶ୍ରୀ ଗୁଣ୍ଡିଚା ମନ୍ଦିରରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା।ଭକ୍ତ ମାନେ ନଡ଼ିଆ କଦଳୀ, ଫୁଲ ଦୀପ ଧରି ଠାକୁରଙ୍କୁ ପୂଜାର୍ଚ୍ଚନା କରିବା ସହ ଦର୍ଶନ କରିଥିଲେ। ପାଗ ଅନୁକୂଳ ହୋଇ ଥିବାରୁ ଆଖ ପାଖର ପୁରପଲ୍ଲୀରୁ ଏବଂ ପଡୋଶୀ ଆନ୍ଧ୍ର ପ୍ରଦେଶର କଣ ଅନୁକଣରୁ ବହୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା