March 12, 2026

ଜାତୀୟ ବକ୍ସିଂ ଚମ୍ପିୟନଶିପ୍ ପାଇଁ ଗଜପତିର ନିରଞ୍ଜନ ଆଙ୍କୁଲ ମନୋନିତ

IMG-20230524-WA0039
Share

ଜାତୀୟ ବକ୍ସିଂ ଚମ୍ପିୟନଶିପ୍ ପାଇଁ ଗଜପତିର ନିରଞ୍ଜନ ଆଙ୍କୁଲ ମନୋନିତ

ପାରଳାଖେମୁଣ୍ଡି:୨୪/୫(ଗରୁଡ଼ ଧ୍ଵଜ ଚୌଧୁରୀ) ଓଡ଼ିଶାର ରାଉରକେଲା ଠାରେ ଓଡିଶା ଆମେଚର ବକ୍ସିଂ ଏସୋସିଏସନ ଆନୁକୁଲ୍ୟରେ ଅନୁଷ୍ଠିତ ୬ତମ ଯୁବ ପୁରୁଷ ଓ ମହିିଳା ଚୟନ ଟ୍ରାଏଲରେ ଭାଗନେଇ କୃତକାର୍ଯ୍ୟ ହୋଇ ଗଜପତି ଜିଲ୍ଲାର ନିରଞ୍ଜନ ଆଙ୍କୁଲ ଜାତୀୟ ବକ୍ସିଂ ଚମ୍ପିୟନଶିପ୍ ପାଇଁ ମନୋନୀତ ହୋଇଥିବାର ଜଣାପଡିଛି । ରବିବାର ଦିନ ହୋଇଥିବା
ଫାଇନାଲରେ ୬୭କେଜି ବର୍ଗରେ ଭୁବନେଶ୍ୱରର ବକ୍ସରଙ୍କ ସହ କଡା
ମୁକାବିଲାରେ ଜୟଲାଭ କରି ଏହି ସଫଳତା ହାସଲ କରିଥିବାର ଜଣାପଡିଛି । ନିରଞ୍ଜନ ଆଙ୍କୁଲ ପାରଳାଖେମୁଣ୍ଡି ସହରର କଣ୍ଡରା ସାହିର ବାସିନ୍ଦା ହୋଇଥିବା ବେଳେ ଛୋଟ ବେଳରୁ ବକ୍ସର ରାମକୃଷ୍ଣ ବେଣିଆଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବକ୍ସିଂ ଶିକ୍ଷା ଲାଭ କରିଥିଲେ । ଏହାପରେ ବିଭିନ୍ନ ବକ୍ସିଂ ଚମ୍ପିୟନଶିପ୍‌ରେ ଭାଗନେଇ ବହୁ କୃତୀତ୍ୱ ହାସଲ କରିଥିବାର ଜଣାପଡିଛି । ଏହି ୬ତମ ଯୁବ ପୁରୁଷ ଓ ମହିଳା ଚୟନ ଟ୍ରାଏଲରେ ସେ ଅତି ଉଚ୍ଚକୋଟୀର ବକ୍ସିଂ ଖେଳ ପ୍ରଦର୍ଶନ କରି ସେମିଫାଇନାଲରେ କଟକକୁ ହରାଇ ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଥିଲେ । ଏହାପରେ ଫାଇନାଲରେ ଭୁବନେଶ୍ୱରର ବକ୍ସରଙ୍କ ସହ ଲଢେଇକରି ଫାଇନାଲରେ ମଧ୍ୟ ବିଜୟ ଲାଭ କରିଥିଲେ । ଗଜପତିରୁ ନିରଞ୍ଜଙ୍କ ସହ ପରିଚାଳକ ଭାବେ ମୁନା ଗୟା ଏବଂ କୋଚ ଭାବେ ରାମକୃଷ୍ଣ ବେଣିଆ ରାଉରକେଲା ଗସ୍ତ କରିଥିବା ବେଳେ ତାଙ୍କୁ ଉତ୍ସାହ ପ୍ରଦାନ କରିଥିଲେ ଏହି ଖବର ଗଜପତି ଜିଲ୍ଲାରେ ପ୍ରସାରିତ ହେବା ପରେ ଜିଲ୍ଲାର କ୍ରୀଡାବିତ୍ ମାନଙ୍କ ମଧ୍ୟରେ ଏକ ପ୍ରକାର ଉତ୍ସାହ ଦେଖା ଦେଇଛି ବିଶେଷ କରି କ୍ରୀଡାବିତ୍ତଓ ଜିଲ୍ଲା ପ୍ରଶାସନ ତରଫରୁ ବକ୍ସର ନିରଞ୍ଜନ ଆଙ୍କୁଲଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।