November 16, 2024

ମାଣିକ୍ଯପୁରରେ ଶ୍ରୀ ସିଦ୍ଧେଶ୍ବର ମହାଦେବଙ୍କ ମନ୍ଦିର ପ୍ରତିଷ୍ଠା ଓ ୨୪ ପ୍ରହର ଅଖଣ୍ଡ ନାମଯଜ୍ଞ 

Share

ମାଣିକ୍ଯପୁରରେ ଶ୍ରୀ ସିଦ୍ଧେଶ୍ବର ମହାଦେବଙ୍କ ମନ୍ଦିର ପ୍ରତିଷ୍ଠା ଓ ୨୪ ପ୍ରହର ଅଖଣ୍ଡ ନାମଯଜ୍ଞ

ବୁଗୁଡ଼ା : ତା ୨୪/୦୫/୨୩ : ବୁଗୁଡ଼ା ବ୍ଲକ ଅନ୍ତରପଡା ପଞ୍ଚାୟତ ଅନ୍ତର୍ଗତ ମାଣିକ୍ଯପୁର ଗ୍ରାମରେ ଶ୍ରୀ ସିଦ୍ଧେଶ୍ଵର ମହାଦେବଙ୍କ ମନ୍ଦିର ପ୍ରତିଷ୍ଠା ସହ ଝୋଲରୀ ,ଏକଡାଳ, ମାଣିବନ୍ଧ , କଞ୍ଚୁରୁ , ହୀରାପଲ୍ଲୀ ଆଦି ଗ୍ରାମର ନାମ ସଂକୀର୍ତ୍ତିନ ଦଳକୁ ନେଇ ୨୪ ପ୍ରହର ଅଖଣ୍ଡ ନାମଯଜ୍ଞ, ଘୃତଯଜ୍ଞ ଓ ଅନ୍ନଯଜ୍ଞ ଆଦି ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବ ଅବସରରେ ଦୀକ୍ଷା ଗ୍ରହଣ , ଜଳଯାତ୍ରା , ମହାଦୀପ ସ୍ଥାପନ , ମଣ୍ଡଳକରଣ , ବନଯାଗ , ଅଙ୍କୁରାରୋପଣ ଓ ଅଧିବାସ , ଶାଲା ପୂଜା ଓ ଅଗ୍ନି ସ୍ଥାପନ , ସିଦ୍ଧେଶ୍ବରଙ୍କ ସ୍ନାନ ଓ ଜୀବନ୍ୟାସ ଆଦି କାର୍ଯ୍ୟକ୍ରମ ପୂର୍ବକ ଠାକୁରଙ୍କ ସିଂହାସନ ଆରୋହଣ, ଧ୍ବଜ ଭ୍ରମଣ , ପୂର୍ଣ୍ଣାହୁତି ଆଦି କାର୍ଯ୍ୟ ସାଙ୍ଗକୁ ଦଧିଭାଣ୍ଡ ଭଞ୍ଜନ , ନଗର ଭ୍ରମଣ ଓ ଯମୁନା ସ୍ନାନ ଆଦି କାର୍ଯ୍ୟକ୍ରମ ପାରମ୍ପରିକ ବିଧିରେ ଅନୁଷ୍ଠିତ ହୋଇଯାଇଛି । ଠାକୁରଙ୍କ ବିଗ୍ରହ ସ୍ଥାପନ ଓ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ପୁରୋହିତ କାଳୁ ଚରଣ ଶତପଥୀ , ରବିନ୍ଦ୍ର ନାଥ ଷଡ଼ଙ୍ଗୀ , ନଗେନ୍ଦ୍ର ନାଥ ଷଡଙ୍ଗୀ , ଚିରଞ୍ଜିବୀ ଷଡଙ୍ଗୀ , ମଧୁସୂଦନ ଷଡଙ୍ଗୀ , ତ୍ରିବିକ୍ରମ ଷଡଙ୍ଗୀ , ବଳରାମ ଷଡଙ୍ଗୀ , ମଦନ ସୁନ୍ଦର ଷଡଙ୍ଗୀ ଓ ଅନିଲ ରଥ ପ୍ରମୁଖଙ୍କ ଦ୍ବାରା ଯଥା ରୀତିନୀତି ପ୍ରକାରେ ପୂଜାପାଠ ପୂର୍ବକ ସମ୍ପାଦିତ ହୋଇଥିଲା ବେଳେ ଅଭିମନ୍ୟୁ ପଣ୍ଡା , ମଧୁସୂଦନ ପାତ୍ର ଓ ଭଜମନ ସୁଆର ପ୍ରମୁଖ ହୋମକର୍ତ୍ତା ଭାବେ ଦାୟିତ୍ବ ନିର୍ବାହ କରିଥିଲେ । ନାମଯଜ୍ଞ ଓ ଅନ୍ନଯଜ୍ଞରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାବେଶ ହୋଇଥିଲା । ଗ୍ରାମବାସୀଙ୍କ ସକ୍ରିୟ ସହଯୋଗରେ ଆୟୋଜିତ ଉକ୍ତ ଉତ୍ସବ ଶାନ୍ତି ଶୃଙ୍ଖଳାର ସମ୍ପନ୍ନ ହୋଇଥିଲା ।