ପାରଳାଖେମୁଣ୍ଡି ଉପକଣ୍ଠସ୍ଥ ବ୍ରାହ୍ମଣ ସୀତାପୁର ଗ୍ରାମରେ ଠାକୁରାଣୀ ଯାତ୍ରା ଆରମ୍ଭ
ପାରଳାଖେମୁଣ୍ଡି:୨୪/୫(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ସଦର
ମହକୁମା ପାରଳାଖେମୁଣ୍ଡି ଉପକଣ୍ଠସ୍ଥ ବ୍ରାହ୍ମଣ ସୀତାପୁର ଗ୍ରାମ ରେ ଠାକୁରାଣୀ ଯାତ୍ରା ମହା ଆଡ଼ମ୍ବରରେ ଆରମ୍ଭ ହୋଇଛି । ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ୯ ଦିନ ଧରି ଏହି ଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ପ୍ରତିଦିନ ବିଭିନ୍ନ ସାସ୍କୃତିକ କାର୍ଯ୍ୟକ୍ରମ ମଧ୍ଯ ପରିବେଷଣ ହେଉଅଛି । ସୋମବାର ମଧ୍ଯରାତ୍ରି ରେ ଗାଁର ଗ୍ରାମଦେବୀ ମା ସୀତାପୁରୀଆଣି, ମା ଜଗନ୍ନାଥପୁରୀଆଣି ଓ ମା ଗୋପାଳପୁରୀଆଣି ଙ୍କୁ ବାଣ, ବାଜା ଓ ପଟୁଆର ସହ ଆବାହନ କରି ଆଣିବା ପରେ ଗ୍ରାମ ମଧ୍ଯରେ ନିର୍ମିତ ଅସ୍ଥାୟୀ ମନ୍ଦିର ରେ ସ୍ଥାପନ କରାଯାଇଥିଲା ।ଆଜି ପ୍ରଥମ ଦିବସରେ ତିନି ଠାକୁରାଣୀ ଗ୍ରାମ ପରିକ୍ରମା କରିଥିଲେ । ପ୍ରତି ୫ବର୍ଷ ରେ ଅନୁଷ୍ଠିତ ହେଉଥିବା ଏହି ଯାତ୍ରାରେ ବହୁ ସଂଖ୍ଯା ରେ ଲୋକ ଯୋଗ ଦେଇ ଦେଇଛନ୍ତି l ଆଖପାଖ ଗାଁରୁ ଭକ୍ତମାନଙ୍କ ସହ ସୁଦୂର ହାଇଦ୍ରାବାଦ, ଚେନ୍ନାଇ, ମହାରାଷ୍ଟ୍ର ଆଦି ସ୍ଥାନରେ ରହୁଥିବା ସ୍ଥାନରୁ ଅଞ୍ଚଳବାସି ଆସି ଯୋଗ ଦେଇଛନ୍ତି ।