April 25, 2025

କଟକରେ ନକଲି ବିଦେଶୀ ମଦ କାରଖାନାରେ ଚଢାଉ: ବିପୁଳ ପରିମାଣର ସାମଗ୍ରୀ ଜବତ, ଜଣେ ଅଟକ..

Share

 

କଟକ ( ଦେବାଶିଷ ଦାଶ )

କଟକରେ ନକଲି ବିଦେଶୀ ମଦ କାରଖାନାରେ ଅବକାରୀ ବିଭାଗର ରେଡ୍ । ଜବତ ହେଲା ବିପୁଳ ପରିମାଣର ନକଲି ବିଦେଶୀ ମଦ । ରାତି ଅଧିଆ ଚଢାଉ କରି ଜବତ କଲା ଅବକାରୀ ବିଭାଗ । ଏହି ଚଢାଉରେ ୨୭ଟି ବିଦେଶୀ ମଦ ବୋତଲ ସହ ୧୯ ବୋତଲ ଦେଶୀ ମଦ ଜବତ ହୋଇଛି । ଏଥି ସହିତ ମଦ ପ୍ରସ୍ତୁତ ପାଇଁ ଥିବା ୫୬୦ଲିଟର ସ୍ପିରିଟ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଜବତ ହୋଇଛି । ଏହି ଘଟଣାରେ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ଅବକାରୀ ବିଭାଗ ।

ସୂଚନା ମୁତାବକ, କଟକ ଚୌଦ୍ୱାର ଅଞ୍ଚଳରେ ଦୀର୍ଘ ୩ ମାସ ଧରି ଏକ ଭଡ଼ା ଘରେ ଚାଲିଥିଲା ଏହି ବେଆଇନ ମଦ ଫ୍ୟାକ୍ଟ୍ରି । ଏହି ଫ୍ୟାକ୍ଟ୍ରିରେ ମଦ ପ୍ରସ୍ତୁତ ହୋଇ କଟକ ଏବଂ ଯାଜପୁର ଅଞ୍ଚଳରେ ବିକ୍ରି ହେଉଥିଲା । ଏନେଇ ଏକ ବିଶେଷ ସୂତ୍ରକୁ ଖବର ପାଇଥିଲା ଅବକାରୀ ବିଭାଗ । ଖବର ପାଇ ବୁଧବାର ରାତି ଅଧରେ ଅତର୍କିତ ଚଢାଉ କରିଥିଲା ଅବକାରୀ

ବିଭାଗ । ଏହି ଚଢାଉରେ ମୋଟ ୨୭ ବୋତଲ ବିଦେଶୀ ମଦ ସହ ୧୯ ବୋତଲ ଦେଶୀ ମଦ ଜବତ ହୋଇଛି । ମଦ ପ୍ରସ୍ତୁତ କରିବା ପାଇଁ ରଖାଯାଇଥିବା ୫୬୦ଲିଟର ସ୍ପିରିଟ୍ ମଧ୍ୟ ଜବତ ହୋଇଛି । ୬୯ ହଜାର ମଦ ବୋତଲ ଠିପି ସହ ୧ ଲକ୍ଷ ୬୧ ହଜାର ମଦ କମ୍ପାନୀ ଲେବୁଲ ଜବତ ହୋଇଛି । ୬୩୦୦ ଅବକାରୀ କ୍ୟୁଆର କୋର୍ଡ ସହ ୬୫୦୦ ଖାଲି ବୋତଲ ଜବତ ହୋଇଛି । ଏଥି ସହିତ ଗୋଟିଏ ମଦ ପ୍ୟାକିଙ୍ଗ ମେସିନ ଜବତ କରିଛି ଅବକାରୀ ବିଭାଗ । ଏହି ଚଢାଉ ପରେ ଫ୍ୟାକ୍ଟ୍ରି ଚଳାଉଥିବା ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି ।

You may have missed