April 25, 2025

କୋଟପାଡ଼ ବ୍ଲକରେ ଜାତୀୟ ପଞ୍ଚାୟତ ରାଜ ଦିବସ ପାଳିତ

Share

କୋଟପାଡ଼ –ଜାତୀୟ ପଞ୍ଚାୟତ ରାଜ ଦିବସ ମହା ଆଡ଼ମ୍ବର ରେ ପାଳିତ ହୋଇଯାଇଛି। ଏହି ଅବସର ରେ ବ୍ଲକ ର ପନ୍ଦର ଜଣ ହିତାଧିକାରୀ ଙ୍କୁ ରାସନ କାର୍ଡ ଏବଂ ସତର ଜଣ ହିତାଧିକାରୀ ଙ୍କୁ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରାଯାଇଛି।ବିକଶିତ ଗ୍ରାମ ବିକଶିତ ଓଡିଶା ଯୋଜନା ରେ ଗିର୍ଲା ପଞ୍ଚାୟତ ର ବେଣ୍ଟା ଗୁଡା ଓ ଷଡ଼ରଙ୍ଗା ପଞ୍ଚାୟତ ର ଷଡ଼ରଙ୍ଗା ସ୍କୁଲ ର ଅତିରିକ୍ତ ଶ୍ରେଣୀ ଗୃହ ର ଶିଳାନ୍ୟାସ ହୋଇଯାଇଛି। ଗୋଷ୍ଟି ଉନ୍ନୟନ ଅଧିକାରୀ ଶ୍ରୀ ବିକ୍ରମ କୁମାର ଦୋରାଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ କାର୍ଯକ୍ରମ ରେ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ତ୍ରିପତି ଚାଲାଣ, ସଭ୍ୟା ଶ୍ରୀମତୀ ଗୀତା ମାଝୀ,ବ୍ଲକ ଅଧ୍ୟକ୍ଷା କୋମଳା ଭତରା, ଉପାଧ୍ୟକ୍ଷ ବାବୁଲି

ପାଣିଗ୍ରାହି,ସାଂସଦ ପ୍ରତିନିଧି ରାମେଶ୍ୱର ଜେନା, ବିଧାୟକ ପ୍ରତିନିଧି ବିନାୟକ ଆଚାର୍ଯ୍ୟ, ପୂର୍ବତନ ସରପଞ୍ଚ ବାଲକୃଷ ମାଝୀ, ସମାଜ ସେବି କୁରମ ନାଥ ମାଝୀ, ସହକାରୀ ଯନ୍ତ୍ରୀ କ୍ଷୀରୋଦ ବେହେରା, କିନିଷ୍ଠ ଯନ୍ତ୍ରୀ ରଂଜିତ ମହନ୍ତ,ପିଇଓ ସାଇ ପ୍ରସାଦ ପଟ୍ଟନାୟକ ଙ୍କ ସମେତ କେତକ ଭାଜପା କର୍ମୀ ଉପସ୍ଥିତ ଥିବାର ଜଣାଯାଇଛି। ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ କୋଟପାଡ଼ ବ୍ଲକ ଜିଲ୍ଲା ରେ ଦ୍ୱିତୀୟ ସ୍ଥାନରେ ରହି ସାତଟି ପଞ୍ଚାୟତ ପୁରସ୍କୃତ ହୋଇଥିବାର ଜଣାଯାଇଛି। କୋରାପୁଟ ଜିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର

You may have missed