November 16, 2024

ଅଖିମୁଠି ଅନୁକୂଳ କଲେ ବିସିସି ବ୍ୟାଙ୍କ ସଭାପତି

Share

କୃଷି ବିଭାଗ ଓ ସମବାୟ ସମିତିର ତରଫରୁ କୁକୁଡ଼ାଖଣ୍ତି ବ୍ଲକ୍ ସ୍ତରୀୟ ଅକ୍ଷୟ ତୃତୀୟା ଅବସରରେ ବ୍ରହ୍ମପୁର ବିସିସି ବ୍ୟାଙ୍କର ସଭାପତି ଶିବରାମ ପାତ୍ର ଯୋଗଦେଇ ବିଲରେ ଧାନ ବୁଣିଲେ
କୃଷି କାର୍ଯ୍ୟକୁ ଶୁଭାରମ୍ଭ କରିଥିଲେ। ପରେ କୁକୁଡ଼ାଖଣ୍ତି ଏଲେମା ସମାଜ କଲ୍ୟାଣ ମଣ୍ଡପ ଠାରେ କୃଷକ ମାନଙ୍କୁ ନେଇ ଏହି ବୈଠକରେ କୃଷି ସମ୍ପର୍କରେ ଆଲୋଚନା କରିଥିଲେ। ଏଥିରେ ବ୍ଲକ କୃଷକ ଉପଦେଷ୍ଟା ମଣ୍ଡଳର ଅଧ୍ୟକ୍ଷ ଟି. ରଘୁ ପ୍ରସାଦ ପାତ୍ରଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଯୁବ ନେତା ଭବାନୀ ଶଙ୍କର ବିଶ୍ୱାଳ, ଗଞ୍ଜାମ ଜିଲ୍ଲା ଭିନ୍ନକ୍ଷମ ନେତା କେ.ମଣିବାବୁ , ଗଞ୍ଜାମ ଜିଲ୍ଲା ସମବାୟ ସମିତିର ସଭାପତି କୈଳାଶ ରଣା, ଉପ-ସଭାପତି ପନାଡ ଲକ୍ଷ୍ମୀ, ସରପଞ୍ଚ ସଂଘର ସଭାପତି ବଶିଷ୍ଠ କୁମାର ଜେନା, ସ୍ଥାନୀୟ ସମିତି ସଭ୍ୟ ଅଶୋକ ଦାସ, ବନ୍ଥପଲ୍ଲୀ ସରପଞ୍ଚ ପ୍ରତିନିଧି ଟୁନା ନାୟକ, କୃଷକମାନେ ହେଲେ ଏନ୍.ରଘୁନାଥ, ଅଦଲ ହରିବନ୍ଧୁ, ଏ.ପଦ୍ମ , ପି.ସୁବାଷ, ଗୋବିନ୍ଦ ଚନ୍ଦ୍ର ଗୌଡ଼ଙ୍କ ସମେତ ବହୁ ଚାଷୀମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ପରେ ଗୋଷ୍ଠୀ କୃଷି ଅଧିକାରୀ ପ୍ରସନ୍ନ କୁମାର ସ୍ୱାଇଁ ସଭା ପରିଚାଳନା କରିଥିଲେ। ଏଥିରେ ସରକାରୀ କୃଷି ଅଧିକାରୀ ସଂଯୁକ୍ତା ପାତ୍ର, ଗ୍ରାମ୍ୟ କୃଷି କର୍ମଚାରୀ ଅନିଲ କୁମାର ପଣ୍ଡା, ରେବତୀ ଲତା ଦାସ, ପି.ପ୍ରମିଳା, ନାରାୟଣ ପାତ୍ରଙ୍କ ସମେତ ବିଭିନ୍ନ ସ୍ଥାନରୁ ଆସିଥିବା ଅନେକ ଚାଷି ଭାଇ ମାନେ ଉପସ୍ଥିତ ଥିଲେ। ସ୍ଥାନୀୟ ସମବାୟ ସମିତି ସମ୍ପାଦକ ବୃନ୍ଦାବନ କୋଠିଆ ଶେଷର ଧନ୍ୟବାଦ ଅର୍ପଣ କରିଥିଲେ । କୁକୁଡ଼ାଖଣ୍ତି ରୁ ପି.କୃଷ୍ଣମୂର୍ତ୍ତିଙ୍କ ରିପୋର୍ଟ