March 26, 2025

ଗଞ୍ଜେଇ ସହ ଗାଡି ଜବତ ୨ ଗିରଫ ..

Share

ସୁବର୍ଣ୍ଣପୁର(ବ୍ୟୁରୋ)ସ୍ଥାନୀୟ ଜିଲ୍ଲା ଅବକାରୀ ବିଭାଗର ଚଢଉରେ ବିପୁଳ ପରିମାଣର ଗଞେଇ ଜବତ। ଏହା ସହ ଏଥିରେ ସମ୍ପୃକ୍ତ ଥିବା ଗୋଟିଏ ଟ୍ରକ ଓ ରାଜ୍ୟ ବାହାରର ଦୁଇ ଜଣ ଙ୍କୁ ଗିରଫ କରାଯାଇଛି। ସୋନପୁର ଅବକାରୀ ବିଭାଗ ସୋନପୁର ବଲାଙ୍ଗୀର ଜାତୀୟ ରାଜ ପଥରେ ପ୍ରେଟ୍ରୋଲିଙ୍ଗ କରୁଥିବା ସମୟରେ ସନ୍ଦେହରେ ତରଭା ଛକ ଠାରେ ଏକ ଟ୍ରକକୁ ଅଟକାଇ ଥିଲେ ଓ ତଦନ୍ତ କରିଥିଲେ।ତଦନ୍ତ ସମୟରେ ଏହି ଟ୍ରକରୁ ୮୫ କେଜି ଗଞେଇ ବାହାରୀ ଥିଲା।ଫଳରେ ଗାଡିରେ ଥିବା ଡ୍ରାଇଭର ଓ ଅନ୍ୟ ଜଣ କୁ ଗିରଫ କରିଛି ଅବକାରୀ ବିଭାଗ। ସେମାନେ ହେଲେ ବିହାର ରାଜ୍ୟ ପାଟନା ଜିଲ୍ଲା ମାଲସଲାମି ଥାନା ରହମାନପୁର କଟ୍ରା ବଜାରର ପ୍ରଦୀପ ବର୍ମା ଓ ବିନୋଦ କୁମାର ବୋଲି ଜଣାପଡିଛି।ଏହି ସବୁ ଗଞେଇ ବୈାଦ୍ଧ ଜିଲ୍ଲା ରୁ ସୋନପୁର ବଲାଙ୍ଗୀର ଦେଇ ବାହାର ରାଜ୍ୟକୁ ଚାଲାଣ ହେଉଥିବା ସୂଚନା ଦେଇଛନ୍ତି ଜିଲ୍ଲା ଅବକାରୀ ବିଭାଗ ଅଧିକାରୀ।