May 15, 2026

ପାରାଦୀପରେ ଗହଣା ଦୋକାନୀ ଉପରେ ଆକ୍ରମଣ, ୧୩ ଲକ୍ଷ ଟଙ୍କାର ସୁନା ଲୁଟ୍,

IMG-20250324-WA0002
Share

 

 

ପାରାଦୀପ (ଦେବାଶିଷ ଦାଶ )

କୁଜଙ୍ଗ ଥାନା ଅଧୀନ ବାଗୋଇ ରାସ୍ତାରେ ଏକ ହେଉଛି ହୁଅଁ ଚୋରି ଘଟଣା, ଯେଉଁଠି ଗହଣା ଦୋକାନୀଙ୍କୁ ଆକ୍ରମଣ କରି ୧୩ ଲକ୍ଷ ଟଙ୍କାର ସୁନା ଲୁଟ୍ ହୋଇଥିବା ଅଭିଯୋଗ ରହିଛି। ଘଟଣା ଅନୁସାରେ, ୩ ଜଣ ଦୁର୍ବୃତ୍ତ ଏକ ମୋଟୋରସାଇକେଲ୍‌ରେ ଆସି ଦୋକାନୀଙ୍କୁ ଆକ୍ରମଣ କରି ସୁନା ଗହଣା ଲୁଟିନେଇ ଚମ୍ପଟ ହୋଇଯାଇଛନ୍ତି।

ଏହି ଲୁଟ୍‌ ଘଟଣା ପରେ, ପୀଡ଼ିତ ଦୋକାନୀ କୁଜଙ୍ଗ ଥାନାରେ ଅଭିଯୋଗ ଦାଖଲ କରିଛନ୍ତି। ପୋଲିସ ଦଳ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଏବଂ ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରିବା ପାଇଁ ସିସିଟିଭି ଫୁଟେଜ୍ ଏବଂ ଅନ୍ୟାନ୍ୟ ସୂତ୍ରଗୁଡ଼ିକୁ ଖୋଜୁଛି

ଏହି ଅପରାଧିକ ଘଟଣା ପରେ, ସ୍ଥାନୀୟ ଅଞ୍ଚଳରେ ଭୟ ଓ ଆତଙ୍କର ପରିସ୍ଥିତି ସୃଷ୍ଟି ହୋଇଛି। ପୋଲିସ ପକ୍ଷରୁ ଏହି ମାମଲାର ସଂପୃକ୍ତ ଦୁର୍ବୃତ୍ତମାନଙ୍କୁ ଶୀଘ୍ର ଗିରଫ କରିବା ପାଇଁ ପୋଲିସ ଜୋରଦାର ତଦନ୍ତ ଚଳାଇଛି,