September 19, 2026

ସଂପ୍ରତି ଦେଶର ଅର୍ଥନୈତିକ ଅବସ୍ଥା ଆଦି ଘୋର ସଂଙ୍କଟାପନ୍ନ

IMG-20250324-WA0001
Share

ସଂପ୍ରତି ଦେଶର ଅର୍ଥନୈତିକ ଅବସ୍ଥା ଆଦି ଘୋର ସଂଙ୍କଟାପନ୍ନ, ଦେଶ ସଂପଦ ୭୫ ଭାଗ ଅତି ଧନିଙ୍କ ନିକଟରେ ଗଛିତ ଥିବାବେଳେ ନଦେଉଥିବା ବ୍ୟକ୍ତି ମୌଳିକ ସୁବିଧା ରୁ ବଞ୍ଚିତ ହେଉଛି l କର୍ପୋରେଟ ଟିକସ ବୃଦ୍ଧି ଜରୁରୀ ହୋଇ ପଡ଼ିଥିବା ବେଳେ ସେମାନଙ୍କୁ ଟିକସ ମୁକ୍ତି କରି ସାଧାରଣ ଲୋକଙ୍କ ଉପରେ ଟିକସ ବୃଦ୍ଧି କରି ସାଧାରଣ ଜନତା ହନ୍ତସନ୍ତ ହେଉଥିବାର ଦେଖିବାକୁ ମିଳୁଛି l ଆଜି କୁଳମଣି ଭବନଠାରେ ସହୀଦ ବିପ୍ଲବୀ ଭଗତ ସିଂଙ୍କ ୯୫ ତମ ସହୀଦ ଦିବସ ପାଳନ ଅବସରରେ ଉପସ୍ଥିତ ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ସର୍ବଶ୍ରୀ ବିଶ୍ଵପ୍ରିୟ କାନୁନଗୋ, ଶୁଭଶ୍ରୀ ଦାସ, ଶ୍ରୀମନ୍ତ ମହାନ୍ତି, ଜୋତ୍ସ୍ନାରାଣୀ ମିଶ୍ର, ପ୍ରମୋଦ ମହାନ୍ତି, ଜଗନ୍ନାଥ ଦେଓ, ଈଶ୍ୱର ସାହୁ, ନିରଞ୍ଜନ ମହାରଣା, କୃଷ୍ଣଚନ୍ଦ୍ର ବେହେରା, ସୀତାକାନ୍ତ ମହାନ୍ତି, ହରପ୍ରସାଦ ଜେନା, କିସାନ ପଟ୍ଟନାୟକ, ସୁନୀଲ ମହାରଣା, ବ୍ରଜବନ୍ଧୁ ପ୍ରଧାନ, ପ୍ରମିଳା, ଟୁନା ନାୟକ, ପ୍ରମୁଖ ଯୋଗଦାନ କରି ସହୀଦ ଭଗତ ସିଂହଙ୍କ ସ୍ୱପ୍ନର ଭାରତ କୁ ସାକାର କରିବାକୁ ହେଲେ ସମାଜର ସବୁ କ୍ଷେତ୍ରରେ ପ୍ରତିବାଦ କୁ ଶାଣିତ କରିବା ପାଇଁ ଡାକରା ଦେଇଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ