ଗଞ୍ଜାମ ର ଐତିହାସିକ ଦୋଳଯାତ୍ରା.. ଚତୁର୍ଥ ଦିନ ପଟୁଆର ରୋଷଣୀରେ ନିଜ ସ୍ଥାନ ମାଡିଲେ 16 ଠାକୁର…
ଗଞ୍ଜାମ ର ଐତିହାସିକ ପବିତ୍ର ଦୋଳଯାତ୍ରା ଅବସରରେ ସାହିଯାତ୍ରା ଶନିବାର ବିଳମ୍ବିତ ରାତ୍ରରେ ଆରମ୍ଭ ହୋଇ ରବିବାର ଶେଷ ହୋଇଛି l ରାତ୍ରରେ ମନ୍ଦିର ମାନଙ୍କରୁ ଠାକୁର ମାନଙ୍କୁ ମନ୍ଦିର ସମ୍ମୁଖରେ ରେ ସୁସଜ୍ଜିତ ବୀମାନରେ ଉପବେଶନ କରାଯିବା ପରେ ବିଭିନ୍ନ ସାହିରେ ପୃଥକ ପୃଥକ ଭାବେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ପରେ ମଧ୍ୟାର୍ଣ୍ଣ ସମୟରେ ସମନ୍ତରା ସାହି ରେ ବିଭିନ୍ନ ସାହି ର ଠାକୁର ଙ୍କ ମହାମିଳନ ପରେ ବିରାଟ ଶୋଭାଯାତ୍ରାରେ ବଡ଼ ବଜାର ଯାତ୍ରା ସ୍ଥଳ ପର୍ଯ୍ୟନ୍ତ ପାଛୋଟି ନିଆଯାଇଥିଲା l ସେଠାରେ ସ୍ଥାନ ଚୟନ ପରେ ଠାକୁର ମାନେ ନିଜ ନିଜ ସାହି ଅଭିମୁଖେ ଫେରିଥିଲେ l ରାତ୍ରରେ ବଡ଼ ବଜାର ଯାତ୍ରା ପାଇଁ ପୁଣି ସମସ୍ତ ଠାକୁର ବଜାର ଅଭିମୁଖେ ବିରାଟ ଶୋଭାଯାତ୍ରାରେ ପ୍ରସ୍ଥାନ ପରେ ବିଳମ୍ବିତ ରାତ୍ରରେ ବଡ଼ ବଜାର ଯାତ୍ରା ପରିବେଶଣ ହେବାର କାର୍ଯ୍ୟକ୍ରମ ରହିଛି l(ପ୍ରଦୀପ କୁମାର ପଣ୍ଡା)