November 24, 2024

ଆଗକୁ ଆସୁଛି ଦଣ୍ଡ ଯାତ୍ରା ,ନାଟକ ରିହର୍ସାଲରେ ମସଗୁଲ କଳାକାର…

Share


ବୁଗୁଡ଼ା : ତା ୨୪/୦୩/୨୪ : ଆଗକୁ ଆସୁଛି ଦଣ୍ଡଯାତ୍ରା । ମା’ଙ୍କ ପୂଜାର୍ଚ୍ଚନା ସାଙ୍ଗକୁ କୃପା ଭିକ୍ଷା ଅପେକ୍ଷାରେ ଶ୍ରଦ୍ଧାଳୁ । ଏଥି ପାଇଁ ବୁଗୁଡ଼ା ଅଞ୍ଚଳର ବିଭିନ୍ନ ଗ୍ରାମ୍ୟ କମିଟି ପକ୍ଷରୁ ଦଣ୍ଡୁଆଙ୍କୁ ନେଇ ଦଣ୍ଡଯାତ୍ରାର ପ୍ରସ୍ତୁତି ଚାଲିଛି । ଅନ୍ୟପକ୍ଷରେ ଲୋକଙ୍କ ମନୋରଞ୍ଜନ ପାଇଁ ରାତ୍ରୀକାଳୀନ ମଞ୍ଚସ୍ଥ ନାଟକ ପାଇଁ କଳାକାରମାନେ ରିହର୍ସାଲରେ ମସଗୁଲ ରହିଥିବା ଦେଖ‌ିବାକୁ ମିଳିଛି । ଏ ବର୍ଷ ବୁଗୁଡ଼ାରେ ଅନୁସନ୍ଧାନମୂଳକ ସାମାଜିକ ନାଟକ ‘କେତେ ଦୁଃଖ ଦେବୁ ଦେରେ କାଳିଆ’ , ଗୋଲିଆ ଓ ଭାମଶ୍ୟାଳି ଉଭୟରେ ‘ଆସିଛି ଏକା ଯିବି ମୁଁ ଏକା’ , ପଙ୍କଳବାଡିରେ ‘ କହିବାକୁ ଅଛି କଥା ଅନେକ ‘, ପୋଚାଲୁଣ୍ଡିରେ ‘କହ୍ନେଇ ରାଜା ମୋ ବାଇଦ ବଜା’ , ତାଳସାକରରେ ପୌରାଣିକ ନାଟକ ‘ବୀର ବେଲାଳସେନ’ , କାନନକୁଟୀରରେ ୨ଟି ପୌରାଣିକ ନାଟକ ‘ରାମାୟଣ’ ଓ ‘ମହାଭାରତ’ , ଚିଲିଖମାରେ କାଳ୍ପନିକ ନାଟକ ‘ଖସଡା ବାଟରେ ଅନ୍ଧ ବାଟୋଇ’ , ପାଣିକେଶରରେ କାଳ୍ପନିକ ନାଟକ ‘ ସୁଖ ସରିଗଲା ସ୍ବର୍ଗଦ୍ବାରରେ’ , ଆଶ୍ରମକରଡ଼ାବାଡ଼ି, ଡାକରାବାଡି ଓ ବଣପଲ୍ଲୀରେ ‘ ଭାରତଲୀଳା ‘, ମରେଇପଲ୍ଲୀରେ ପୌରାଣିକ ନାଟକ ‘ ଭିନ୍ନ ଏକ କୁରୁକ୍ଷେତ୍ର’ , ଚିରିକିପଡାରେ ‘ନବରଙ୍ଗ’ , ଭାବସରରେ ‘ଶନି ଲକ୍ଷ୍ମୀ କଳି ‘ , ବକ୍ସିପଲ୍ଲୀରେ ‘ସାତ ସୁରେ ବନ୍ଧା ଏ ଜୀବନ ‘ ଆଦି ନାଟକ ପରିବେଷଣ ହେବାକୁ ଯାଉଥ‌ିବା ନେଇ ବିଭିନ୍ନ ଦଣ୍ଡନାଟ ଆୟୋଜକ କମିଟି ପକ୍ଷରୁ ପ୍ରକାଶ ପାଇଛି । ତେବେ ଏସବୁ ନାଟକ ପରିବେଷଣ କାଳରେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନକୁ ଅଗ୍ରାହ୍ୟ କରାଯିବା ଉଚିତ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।