November 22, 2024

ସ୍ୱାଧୀନତା ସଂଗ୍ରାମୀ ହଟନାଥ ମଙ୍ଗରାଜଙ୍କ ପରଲୋକ..

Share

ଖୋର୍ଦ୍ଧା , (ଉପାନ୍ତ ଖବର) :ବର୍ଷୀୟାନ ସ୍ଵାଧୀନତା ସଂଗ୍ରାମୀ, ଯିଏ କି ସ୍ବାଧୀନତା ସଂଗ୍ରାମୀ ଭତ୍ତା ନେବାକୁ ପ୍ରତ୍ୟାଖାନ କରିଥିଲେ । କଳିଙ୍ଗ ପାଇକ ସଂଗଠନର ପ୍ରତିଷ୍ଠାତା, ସମାଜ ସଂସ୍କାରକ, ଅତ୍ୟନ୍ତ ସ୍ନେହୀ ଓ ଶତାୟୁ ବ୍ୟକ୍ତିତ୍ଵ,ଯାହାକି ହଟନାଥ ମଙ୍ଗରାଜଙ୍କ ନିଧନ ଖବର ଅଞ୍ଚଳ ସମସ୍ତଙ୍କୁ ମର୍ମାହତ କରିଛି । ପାଇକ ସଂଗ୍ରାମର ଅନ୍ୟ ତମ ସହିଦ ଦାମ ସୁବୁଦ୍ଧି ମଙ୍ଗରାଜଙ୍କ ସେ ଦାୟଦ । ସ୍ୱାଧୀନତା ସଂଗ୍ରାମର ଉତ୍ସର୍ଗୀକୃତ ଯୋଦ୍ଧା,ବର୍ଷୀୟାନ ସଙ୍ଗଠକ, କଳିଙ୍ଗ ପାଇକ ସଙ୍ଗଠନର ପ୍ରତିଷ୍ଠାତା ଗତ୨୩.୦୩.୨୦୨୪ ପ୍ରାୟ ରାତି ୯.୩୦ ସମୟରେ ତାଙ୍କର ବେଗୁନିଆ ବ୍ଳକ ସିକୋ ସ୍ତିତ ବାସଭବନରେ ୧୦୪ ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଛନ୍ତି । ମହାନ୍ ଆତ୍ମାର ସଦ୍ଗତି ପ୍ରାପ୍ତି ନିମନ୍ତେ ସମସ୍ତ ପାଇକ ପରିବାର ତରଫରୁ ଶ୍ରୀଜଗନ୍ନାଥଙ୍କୁ ପାର୍ଥନା କରୁଛନ୍ତି ।
ପାଇକ ପରିବାର ଓଡିଶା ତରଫରୁସହଦେଵ ଜୟସିଂହ, ଇଂ. ଶିଶିର ନାୟକ, ଅମରେନ୍ଦ୍ର ମହାପାତ୍ର, ସଂଗ୍ରାମ ଜଗଦେବ, (ଐତିହାସିକ) ସତ୍ୟବାଦୀ ବଳିୟାରସିଂହ ,ସତ୍ୟବାଦୀ ବଳିୟାରସିଂହ,ପ୍ରଫୁଲ୍ଲ ବାହୁବଳେନ୍ଦ୍ର, ପ୍ରଫୁଲ୍ଲ ପାଟ୍ଟଶାଣୀ,ଭୀମସେନ ଖୁଣ୍ଟିଆ, ମୃତ୍ୟୁଞ୍ଜୟ ଛୋଟରାୟ, ମାନବେନ୍ଦ୍ର ମହାରଥା, ସୁରଥ ବିଶ୍ୱାଳ, ଗୋପୀନାଥ ଇନ୍ଦ୍ରଜିତ ଦଳବେହେରା,କୄଷ୍ଣଚନ୍ଦ୍ର ହରିଚନ୍ଦନ, ପ୍ରଫୁଲ୍ଲ ସାମନ୍ତରାୟ, ଭୀମସେନ ପ୍ରଧାନ, କବିରାଜ ବିଧାର , ସୁବାସ ଜେନା, ମୋହନ ଦଳସିଂହରାୟ,ବିଶ୍ୱଜିତ୍ ସ୍ୱାଇଁ, ପ୍ରଦୀପ ବିଶ୍ୱାଳ, ରମେଶ ଚନ୍ଦ୍ର ପାତାଳ ସିଂହ,ମଙ୍ଗଳା ପ୍ରସାଦ ପ୍ରଧାନ, ବିଚିତ୍ର ରାଉତରାୟ, ନେତାଜୀ ବିଶୋଇ ଓ ଅନାନ୍ୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସମ୍ମାନିତ ହୋଇଥିବା ସମସ୍ତ ବ୍ୟକ୍ତିମାନେ ଏବଂ ସାରା ଓଡ଼ିଶାର ପାଇକ ପରିବାର ତରଫରୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।