May 22, 2025

ଗୁଣପୁର ରେ ଉଗାଦି ଉତ୍ସଵ ଅନୁଷ୍ଠିତ

Share

—ଗୁଣପୁର -(ସୁରେନ୍ଦ୍ର ମହାନ୍ତି )ଆଜି ସ୍ଥାନୀୟ ଗୁଣପୁର ହଳଦିଆ ନାଳ ନିକଟ ପଡ଼ିଆରେ ଗୁଣପୁର ବୈଶ୍ୟ ସଂଘ ପକ୍ଷରୁ ହିନ୍ଦୁ ନବବର୍ଷ ଉଗାଦି ଅବସରରେ ବନ୍ଧୁମିଳନ କାର୍ଯ୍ୟକ୍ରମ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ସଂଘର ଆବାହକ ଲାଡ଼ି ଈଶ୍ବର ରାଓଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବିଧାୟକ ରଘୁନାଥ ଗମାଙ୍ଗ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥ୍ୟ ଭାବେ ଉପଜିଲ୍ଲାପାଳ ଲଳିତ କୁମାର କଅଁର, ପୌର ଅଧ୍ୟକ୍ଷା ମମତା ଗୌଡ଼ ଯୋଗ ଦେଇ ହିନ୍ଦୁ ନବବର୍ଷର ଏହି ସ୍ବତନ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇ ଆମ ପରମ୍ପରା, ଐତିହ୍ୟ, ଏବଂ ସଂସ୍କୃତି ଭାରତ ବର୍ଷରେ ସ୍ବତନ୍ତ୍ରତା ରହିଛି ବୋଲି ମତବ୍ୟକ୍ତ କରିଥିଲେ। ବୌଷ୍ୟ ସଂଘର ସମ୍ପାଦକ ବାବା ପ୍ରସାଦ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଅତିଥ୍ ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ଯାକ ଯକମର ସହ ଏହି ଉଗାଦି ପର୍ବ ପାଳନ କରାଯାଇଥିବା ବେଳେ ଆଜି ଆନ୍ଧ୍ର ପ୍ରଦେଶର ଜବର ଦସ୍ତ ଟିମ, ଅଭିନେତା ଓ କଣ୍ଠଶିଳ୍ପୀଙ୍କ ଦ୍ବାରା ପ୍ରଦର୍ଶିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଉପସ୍ଥିତ ଦର୍ଶକ ଭରପୁର ମଜା ଉଠାଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ପୌର ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ଼, ଆଇନ ଜୀବି ଫଣି ଭୂଷଣ ପଟ୍ଟନାୟକ, ବ୍ରହ୍ମାନନ୍ଦ ପଟ୍ଟନାୟକ, ଲାଡି ଗୋପାନା, ଚନ୍ଦ୍ର ଧ୍ଵଜ ପଣ୍ଡାଙ୍କ ସମେତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ।