February 24, 2025

ଶିକ୍ଷକ ପଦବୀ ପୂରଣ ନିମନ୍ତେ ଆନ୍ଦୋଳନ କଲେ ସ୍କୁଲ ଛାତ୍ରଛାତ୍ରୀ ଓ ଅବିଭାବକ…..

Share

 

ତିର୍ତ୍ତୋଲ

 

ତିର୍ତ୍ତୋଲ ମଣ୍ଡଳ ଶିକ୍ଷାଧିକାରୀ ଙ୍କ କାର୍ଯ୍ୟାଳୟ ରେ ଭୁଶୁଡି ପଡିଛି ଶିକ୍ଷା ବ୍ୟବସ୍ଥା l ବିଧାୟକ ଙ୍କ ଠାରୁ ଆରମ୍ଭ କରି ଶିକ୍ଷା ପ୍ରଶାସକ ଙ୍କ ନଜର ଏସବୁ କ୍ଷେତ୍ରରେ କେବେବି ଦୃଷ୍ଟିରେ ପଡୁନଥିବା ପରି ଲାଗୁଛି l ସରକାରୀ ଶିକ୍ଷା ବ୍ୟବସ୍ଥାରେ ପ୍ରତି ୩୦ ଜଣ ପିଲାରେ ଗୋଟିଏ ଶିକ୍ଷକ ନିଯୁକ୍ତି ରହିବା ପ୍ରକ୍ରିୟାରେ ଚରମ ଅବହେଳା କରିଚାଲିଛନ୍ତି ତିର୍ତ୍ତୋଲ ବ୍ଲକ ଶିକ୍ଷାଧିକାରୀ l ବିଦ୍ୟାଳୟ ମାନଙ୍କରେ ଶିକ୍ଷକ ଙ୍କ ଅଭାବ କୁ ନେଇ ଛାତ୍ରଛାତ୍ରୀ ମାନଙ୍କର ସିଲାବସ ଅଧାପନ୍ତରିଆ ଭାବେ ରହିଯାଉଛି l ବହୁ ବିଦ୍ୟାଳୟ ରେ ଛାତ୍ରଛାତ୍ରୀ ମାନଙ୍କ ଉପସ୍ଥାନ ଅନୁସାରେ ଶିକ୍ଷକ ନ ଥିବାରୁ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଥିବାରୁ ଛାତ୍ରଛାତ୍ରୀ ମାନଙ୍କ ସହିତ ଅବିଭାବକ ମାନେ ଓଲ୍ହାଇଛନ୍ତି ଆନ୍ଦୋଳନକୁ l ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଶିକ୍ଷାମଣ୍ଡଳ ଅଧିନସ୍ତ ବିଶନପୁର ପଞ୍ଚାୟତର ବିଶନପୁର ଉର୍ଦୁ ପ୍ରାଥମିକ ବିଦ୍ୟାଳୟ ରେ l ବିଦ୍ୟାଳୟ ର ଅଧ୍ୟୟନ ରତ ଛାତ୍ରଛାତ୍ରୀ ଙ୍କ ସଂଖ୍ୟା ୧୩୮ ଥିବାବେଳେ, ଶିକ୍ଷକ ଅଛନ୍ତି ମାତ୍ର ୩ ଜଣ l ସେଥିମଧ୍ୟରୁ ଜଣେ ଶିକ୍ଷକ ଙ୍କ ଶରୀର ଅତିଶୟ ଖରାପ ଥିବାରୁ ୨ଜଣ ଶିକ୍ଷକ ସମ୍ଭାଳୁଛନ୍ତି ୧୩୮ ଜଣ ଛାତ୍ରଛାତ୍ରୀ ଙ୍କୁ l ଶିକ୍ଷାଦାନ ରେ ବହୁତ ବାଧାପ୍ରାପ୍ତ ହେବାରୁ ସ୍କୁଲର ପରିଚାଳନା କମିଟି ସଦସ୍ୟ ସମେତ ଅବିଭାବକ ମାନେ ତିର୍ତ୍ତୋଲ ଶିକ୍ଷାଧିକାରୀ ଙ୍କୁ ବହୁବାର ଭେଟି ସମସ୍ୟା ବିଷୟରେ ଅବଗତ କରାଇଥିଲେ ବି କୌଣସି ସୁଫଳ ମିଳି ପାରିଲା ନାହିଁ l କେବଳ ଆଜି କାଲି ସପ୍ତାହେ ଦିନ ଗଡେଇ ଗଡେଇ ଚାଲିଲେ l ଯାହାଫଳରେ ଆଜି ଛାତ୍ରଛାତ୍ରୀ ଓ ଅବିଭାବକ ଙ୍କୁ ନେଇ ସ୍କୁଲ କମିଟି ମେମ୍ବର ମାନେ ବିଦ୍ୟାଳୟ ଗେଟ ରେ ତାଲା ପକେଇ ସାମ୍ନାରେ ଆନ୍ଦୋଳନ କୁ ଓଲ୍ହାଇ ଥିଲେ l ମଧ୍ୟାନ୍ନ ୧୨ ଘଟିକା ସମୟରେ ଏ.ବି.ଇ.ଓ. ମାଡାମ ବିଷ୍ନୁପ୍ରିୟା ଦେବୀ ପହଞ୍ଚି ଉପସ୍ଥିତ ଆନ୍ଦୋଳନ କାରି ଅଭିଭାବକ ମାନଙ୍କୁ ବୁଝାଇଥିଲେ ଯେ ଚାରିଦିନ ଭିତରେ ସ୍ଥାୟୀ ଶିକ୍ଷକ ନିଯୁକ୍ତି କରିବାକୁ ଲିଖିତ ପ୍ରତିଶୃତି ଦେବାରୁ ଆନ୍ଦୋଳନ ସ୍ଥଗିତ ହୋଇଥିଲା l ସ୍ଥାୟୀ ନିଯୁକ୍ତି ହେଵା ପର୍ଯ୍ୟନ୍ତ ସି.ଆର.ସି.ସି.ମୋହନ ଟୁଡୁ ପାଠପଢା ଚାଲୁ ରଖିବେ l ଏଥିରୁ ବ୍ୟତିକ୍ରମ ହେଲେ ବିଶନପୁର ଗ୍ରାମବାସୀ ମାନେ ତିର୍ତ୍ତୋଲ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ମଧ୍ୟରେ ଆମରଣ ଆନ୍ଦୋଳନ କରାଯିବବୋଲି ସ୍କୁଲ ପରିଚାଳନା କମିଟି ତରଫରୁ ସୂଚନା ପ୍ରଦାନ କରାଯାଇଛି l

 

ତିର୍ତୋଲ ରୁ ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ, ନିୟୁଜ ଉପାନ୍ତ ଖବର…।