ଆସନ୍ତୁ ଥରେ ବୁଲି ଯାଆନ୍ତୁ ବାବା ଚଉବର ଯାତ୍ରା ..

ହଁ ଆଜ୍ଞା ଆମେ କହିବାକୁ ଯାଉଛୁ ପୁରୀଜିଲ୍ଲା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ର କୃଷ୍ଣପ୍ରସାଦ ବ୍ଲକ ଆଳୁପାଟଣା ଗ୍ରାମର ବାବା ଚଉବର ଙ୍କ ପୀଠର କଥା l ପ୍ରତିବର୍ଷ ଭଳି ଚଳିତ ବର୍ଷ ବାବା ଚଉବର ଙ୍କ ପୀଠରେ ଧୂମଧାମ ର ସହିତ ଏଗାର ଦିନ ଧରି ମହାଡମ୍ବରରେ ପାଳନ ହୁଏ ମହାଯଜ୍ଞ l ଏହି ସମୟରେ ଗ୍ରାମର ଝିଅ ଜ୍ୱାଇଁ ମାନଙ୍କୁ ଅତିଥିଭାବେ ନିମନ୍ତ୍ରଣ କରାଯାଇଥାଏ l ଏଥିସହିତ ଗାଁର ଯୁବକ ମାନଙ୍କୁ ନିଶାଠାରୁ ଦୁରେଇ ରଖାଯାଇଥାଏ l ଅନୁଷ୍ଠାନ ର ସଭାପତି ରବୀନ୍ଦ୍ର କୁମାର ଜେନା ଅନୁଷ୍ଠାନ ର ସମସ୍ତ ସଦସ୍ୟ ଏବଂ ଗ୍ରାମବାସୀ ମାନଙ୍କୁ ନେଇ ପ୍ରତିବର୍ଷ ଏହି ମହାଯଜ୍ଞ କୁ ସୁଚାରୁରୂପେ ତୁଲେଇ ଆସୁଛନ୍ତି l ରବୀନ୍ଦ୍ର ଜେନାଙ୍କ ଏଭଳି ଶାନ୍ତିପୂର୍ଣ କାର୍ଯ୍ୟକ୍ରମ କୁ ପ୍ରଶଂସା କରି ଜୟ ଜଗନ୍ନାଥ ସାମାଜିକ କଲ୍ୟାଣ ସଂଗଠନ ର ରାଜ୍ୟ ସଭାପତି, ଭାର୍ଗବୀ ନଦୀକୂଳ ବୃକ୍ଷ ସୁରକ୍ଷା ସଂଗଠକ ର ରାଜ୍ୟ ସମ୍ପାଦକ, ନିଡ଼ ଆଣ୍ଡ ହେଲ୍ପ ଫାଉଣ୍ଡେସନ ର ଉପଦେଷ୍ଟା,ଆଞ୍ଚଳିକ ସାମାଜିକ ଓ ସାଂସ୍କୃତିକ କଲ୍ୟାଣ ସଂଗଠନ ର ଆବାହକ ସମାଜସେବୀ ତଥା ସାମ୍ବାଦିକ ରମେଶ ସାହୁ ଆଜି ଅନୁଷ୍ଠାନ ର ସଭାପତି ରବିନ୍ଦ୍ର ଜେନାଙ୍କୁ ସମ୍ମାନିତ କରିବା ସହିତ ଆସନ୍ତାକାଲିଠାରୁ ଏଗାର ଦିନ ପର୍ଯ୍ୟନ୍ତ ଚଉବର ପୀଠକୁ ଭକ୍ତମାନଙ୍କୁ ନିମନ୍ତ୍ରଣ କରିଛନ୍ତି l
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
